ଚଣ୍ଡିଗଡ: ହରିୟାଣାର ବାହାଦୁରଗଡରେ ଜାରି ଚାଷୀ ଆନ୍ଦୋଳନ ସ୍ଥଳରୁ ସାମ୍ନାକୁ ଆସିଛି ଛାତିଥରା ଖବର । ଆନ୍ଦୋଳନସ୍ଥଳରେ ଜଣେ ବ୍ୟକ୍ତିକୁ ଜିଅନ୍ତା ଜାଳି ଦିଆଯାଇଥିବା କୁହାଯାଉଛି ।
ମୃତକ ବାହାଦୁରଗଡ କସାର ଗାଁ ନିବାସୀ ମୁକେଶ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମୁକେଶ 4 ଜଣଙ୍କ ସହ ମିଶି ଚାଷୀ ଆନ୍ଦୋଳନରେ ମଦ୍ୟପାନ କରିଥିଲା । ଏହି ସମୟରେ 4 ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ 4 ଜଣ ମୁକେଶ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ।
ନିଆଁରେ ମୁକେଶକୁ ଜଳୁଥିବାର ଦେଖି ତୁରନ୍ତ ତାକୁ ବାହାଦୁରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ପହଞ୍ଚିବାବେଳକୁ 90 ପ୍ରତିଶତ ଜଳିସାରିଥିଲା ମୁକେଶର ଶରୀର । ପରିଜନ ମୁକେଶର ମୃତଦେହ ନେବାକୁ ମନା କରିଦେଇଛନ୍ତି ।