ETV Bharat / bharat

ମାଡ଼ ଭୟ: ଚୋରି କରି ପୋଖରୀ ମଝିରେ ଫସିଲା ଚୋର

author img

By ETV Bharat Odisha Team

Published : Dec 17, 2023, 7:46 AM IST

Updated : Dec 17, 2023, 12:40 PM IST

Thief Sits on Rock in Middle of Pond: ମାଡ଼ ଭୟରେ ପୋଖରୀ ମଝିରେ ଚୋର । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏବଂ ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟିଭି ଚ୍ୟାନେଲ ସହିତ ଘଟଣାସ୍ଥଳରେ ପହଞ୍ଚିଲେ ସେ କୂଳକୁ ଫେରିବ ପାଇଁ ରଖିଲା ସର୍ତ୍ତ ।ଅଧିକ ପଢନ୍ତୁ

ଚୋରି କରି ଫସିଲା ଚୋର, ମୁଖ୍ୟମନ୍ତ୍ରୀ ଆସିବା ପାଇଁ ରଖିଲା ସର୍ତ୍ତ

ହାଇଦ୍ରାବାଦ: ଚୋରି କରିବା ପଡ଼ିଲା ମହଙ୍ଗା । ଚୋରକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଗୋଡ଼ାଇବାରୁ ଚୋର ଜଣକ ମାଡ଼ ଭୟରେ ଏକ ପୋଖରୀ ମଝିକୁ ଯାଇ ପଥର ଉପରେ ବସି ରହିଥିଲା । ପରେ ସ୍ଥାନୀୟ ଲୋକମାନେ ଯେତେ ଚେଷ୍ଟା କରିଲେ ମଧ୍ୟ ଚୋର ଜଣକ ସେଠାରୁ ଆସିନଥିଲା । ଏଭଳି ଏକ ଘଟଣା ଘଟିଛି ହାଇଦ୍ରାବାଦର ଶିବଲୟାନଗର ଅଞ୍ଚଳରେ । ସବୁଠାରୁ ମଜାଦାର କଥା ହେଲା ଚୋରଟି ପୋଖରୀ ମଝିରୁ ଆସିବା ପାଇଁ କିଛି ସର୍ତ୍ତ ରଖିଥିଲା । ସର୍ତ୍ତଥିଲା କି ଯଦି ତେଲେଙ୍ଗାନାର ବର୍ତ୍ତମାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏବଂ ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟିଭି ଚ୍ୟାନେଲ ସହିତ ଘଟଣାସ୍ଥଳକୁ ଆସନ୍ତି, ତାହାଲେ ସେ କୂଳକୁ ଫେରିଆସିବ । ପୋଲିସ ଅଭିଯୁକ୍ତକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲା ।

ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ହାଇଦ୍ରାବାଦରର ଶିବଲୟାନଗର ଅଞ୍ଚଳରେ ରହୁଥିବା ନନ୍ଦୁଙ୍କ ଘରୁ ଜଣେ ଦୁର୍ବୃତ୍ତ ଚୋରି କରିବା ପାଇଁ ଆସି ଫସି ଯାଇଥିଲା । ନନ୍ଦୁଙ୍କ ଏବଂ ତାଙ୍କ ପତ୍ନୀ ନାଗାଲକ୍ଷ୍ମୀ ଜଣେ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଯାଇଥିଲେ ।ଏହାର ସୁଯୋଗ ନେଇ ଚୋର ଜଣକ ଉକ୍ତ ଘରେ ପଶିଥିଲା । ସେହିଦିନ ହିଁ ନନ୍ଦୁଙ୍କ ଦ୍ବିତୀୟ ଝିଅ ସାଇଜ୍ୟୋତି ରାତି ପ୍ରାୟ 4.30 ସମୟରେ ଘରରେ ପହଞ୍ଚିଥିଲେ । ଏହାପରେ ସେ ଘରର ବାହାର କବାଟ ଖୋଲାଥିବା ଏବଂ ଭିତର କବାଟ ବନ୍ଦ ରହିଥିବା ଦେଖିବାକୁ ପାଇ ଥିଲେ । ସାଇଜ୍ୟୋତିଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ସେ ଘରେ ଭିତରକୁ ଯାଇ ଘରର ସବୁ ଜିନିଷ ପତ୍ର ଏପଟ ସେପଟ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ସହ ଜଣେ ବ୍ୟକ୍ତି ଘରେ ବସି ଚୋରି ଟଙ୍କା ଗଣୁଥିବା ଦେଖିଥିଲେ । ଏହା ଦେଖି ସାଇଜ୍ୟୋତି ଡ଼ରିଯାଇ ଚିତ୍କାର କରିବାସହ କାନ୍ଦିବାକୁ ଲାଗିଲେ । ପରେ ଚୋର ଜଣକ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା । ସ୍ଥାନୀୟ ଲୋକେ ଜାଣିବା ପରେ ଚୋରଟିକୁ ଗୋଡାଇଥିଲେ ।

ଏହା ମଧ୍ୟ ପଢନ୍ତୁ....ପାଖେ ପାଖେ ରହିଲେ, ପକେଟ ଖାଲି କରିଦେଲେ; ଓ୍ୱେଡିଂ ଫଙ୍କସନ୍‌ରେ ଯୁବକଙ୍କଠୁ ୨୬ହଜାର ଲୁଟ

ଏହି ସମୟରେ ଚୋର ଜଣକ ମାଡ଼ ଭୟରେ ଏକ ପୋଖରି ଭିତରକୁ ପଳାଇଥିଲା । ସେଠାରେ ଥିବା ଏକ ପଥର ଉପରେ ବସି ରହିଥିଲା । ଲୋକମାନେ ଯେତେ ଚେଷ୍ଟା କରିଲେ ମଧ୍ୟ ଚୋର ଜଣକ ସେଠାରୁ ଆସିବା ପାଇଁ ରାଜି ହୋଇନଥିଲା । ଦୀର୍ଘ ସୟମ ଧରି ଉକ୍ତ ବ୍ୟକ୍ତି ଜଣକ ପେଖରୀ ମଝିରେ ବସି ରହିଥିଲା । ଲୋକମାନେ ସ୍ଥାନୀୟ ପୋଲିସରେ ଖବର ଦେଇଥିଲେ । ଏହାପରେ ସୁରାମ ଥାନା ଏସଆଇ ଭେଙ୍କଟେଶ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ଚୋରକୁ ବାହରକୁ ଆସିବା ପାଇଁ କହିଥିଲେ ମଧ୍ୟ ସେ ସେଠାରୁ ଆସିବା ପାଇଁ ରାଜି ହୋଇନଥିଲେ ।

ସବୁଠାରୁ ମଜାକଥା ହେଲା ଚୋର ଜଣକ ସେଠାରୁ ଆସିାବା ପାଇଁ ପୋଲିସ ପାଖରେ ସର୍ତ୍ତ ରଖିଥିଲା । ଯଦି ତେଲେଙ୍ଗାନାର ବର୍ତ୍ତମାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏବଂ ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟିଭି ଚ୍ୟାନେଲ ସହିତ ଘଟଣାସ୍ଥଳକୁ ଆସନ୍ତି, ତାହାଲେ ସେ ସେଠାରୁ କୂଳକୁ ଫେରିଆସିବ ।ଏହି ଘଟଣାରେ ଅଭିଯୁକ୍ତ ଜଣକ 20 ହଜାର ଟଙ୍କା ଚେରି କରିଥିବା ଅଭିଯୋଗ ହୋଇଛି । ପୋଲିସ ଚୋରକୁ ଗିରଫ କରିବାରେ ସଫଳ ହୋଇଛି କି ନାହିଁ ତାହା ଜଣା ପଡିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 17, 2023, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.