ETV Bharat / bharat

Positive Story: ପୋଷା କୁକୁରର ସ୍ମୃତିରେ ମନ୍ଦିର ନିର୍ମାଣ କଲେ ୮୨ ବର୍ଷୀୟ ବୃଦ୍ଧ - କୁକୁର ସ୍ମୃତିରେ ମନ୍ଦିର ନିର୍ମାଣ କଲେ ବୃଦ୍ଧ

ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କୁକୁର ସ୍ମୃତିରେ ମନ୍ଦିର ନିର୍ମାଣ କରିଛନ୍ତି ଜଣେ ଲୋକ । ତାମିଲନାଡୁର ଶିବଗଙ୍ଗା ଜିଲ୍ଲା ଅନ୍ତର୍ଗତ ମନମଦୁରାଇ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପୋଷା କୁକୁରର ସ୍ମୃତିରେ ମନ୍ଦିର ନିର୍ମାଣ କଲେ ୮୨ ବର୍ଷୀୟ ବୃଦ୍ଧ

author img

By

Published : Apr 5, 2022, 10:30 PM IST

ଚେନ୍ନାଇ: ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କୁକୁର ସ୍ମୃତିରେ ମନ୍ଦିର ନିର୍ମାଣ କରିଛନ୍ତି ଜଣେ ଲୋକ । ତାମିଲନାଡୁର ଶିବଗଙ୍ଗା ଜିଲ୍ଲା ଅନ୍ତର୍ଗତ ମନମଦୁରାଇ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ୮୨ ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତାଙ୍କର ପ୍ରିୟ କୁକୁର(ଟମ)ର ମୃ୍ତ୍ୟୁ ପରେ ଏହି ମନ୍ଦିର ନିର୍ମାଣ କରିଛନ୍ତି ।

ତେବେ ମନମଦୁରାଇର ମୁଥୁ ନାମକ ଏହି ବୃଦ୍ଧ ତାଙ୍କର ପ୍ରିୟ କୁକୁର ସ୍ମୃତିରେ ନିଜ କ୍ଷେତରେ ଏହି ମନ୍ଦିର ନିର୍ମାଣ କରିଛନ୍ତି । ଏଥିସହ ତାଙ୍କର ୮୦ ହଜାର ଜମା ପୁଞ୍ଜିରେ ନିଜର ପ୍ରିୟ କୁକୁର ଟମ ସ୍ମୃତିରେ ମାର୍ବଲର କୁକୁର ପ୍ରତିମା ନିର୍ମାଣ କରିବା ସହ ପୂଜା କରୁଛନ୍ତି । ହେଲେ ୨୦୧୦ ମସିହାରୁ ଟମ ମୋ ସହ ଥିଲା ବୋଲି ମୁଥ କହିଛନ୍ତି ।

ସେହିଭଳି ମୁଁ ମୋ ପିଲା ଅପେକ୍ଷା ତାକୁ ଅଧିକ ଭଲ ପାଉଥିଲି ସେ କହିଛନ୍ତି । ତେବେ ୨୦୨୧ ମସିହା ଜାନୁଆରୀ ୨୦ରେ ତାର ମୃତ୍ୟୁ ହୋଇଯାଇଥିଲା । ଏଥିସହ ବିଗତ ତିନି ପିଢି ଧରି ମୋ ପରିବାରର ସମସ୍ତେ କୁକୁର ରଖିବା ସହ ତାଙ୍କୁ ଭଲ ପାଉଥିଲେ ବୋଲି ମୁଥୁ କହିଛନ୍ତି ।

ଅନ୍ୟପଟେ ମୁଥୁଙ୍କ ପୁଅ ମନୋଜ କହିଛନ୍ତି ଯେ, ହଠାତ୍ ଟମର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ମାତ୍ର ଜାନୁୟାରୀ ୨୦୨୧ରେ ଚିକିତ୍ସାଧିନ ଅବସ୍ଥାରେ ଟମର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ମୋ ବାପା ତା ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କରିବା ସହ ମାର୍ବଲ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ବୋଲି ମନୋଜ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.