ଗୌହାଟୀ: ୫୦୦ ଟଙ୍କାକୁ କେନ୍ଦ୍ରକରି ଦୁଇ ଯୁବକଙ୍କ ମଧ୍ୟରେ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ । ଜନୈକ ବ୍ୟକ୍ତିଙ୍କ ବେକ କାଟି ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲା ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସାମର ରଙ୍ଗପାରା ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ଗତ ଅଗଷ୍ଟ ୧୫ ତାରିଖ ଦିନ ରଙ୍ଗପାରା ଥାନା ଅନ୍ତର୍ଗତ ଦିନଲପୁର ଗ୍ରାମର ବ୍ରୋଏଲର ହେମ୍ରାମ(୫୫) ନାମକ ଜନୈକ ବ୍ୟକ୍ତି ସେହି ଗ୍ରାମର ତୁନିରାମ ମାଦ୍ରି(୨୫)ଙ୍କୁ ୫୦୦ ଟଙ୍କା ମାଗିଥିଲେ । ତେବେ ତୁନିରାମ ମନା କରିବାକୁ ହେମ୍ରାମ ଏବଂ ତୁନିରାମଙ୍କ ମଧ୍ୟରେ ବଚସା ହୋଇଥିଲା । ପରବର୍ତ୍ତି ସମୟରେ ଏହି ବଚସା ଜଘନ୍ୟ ରୂପ ନେଇଥିଲା । ତୁନିରାମ ମାଦ୍ରି କୋଧିତ ହୋଇ ବ୍ରୋଏଲର ହେମ୍ରାମଙ୍କୁ ଗାଳିଗୁଲଜ କରିବା ସହ ଶେଷରେ ବେକ କାଟି ହତ୍ୟା କରିଥିଲା । ଏହାପରେ କଟା ମୁଣ୍ଡ ଏବଂ ହତ୍ୟା କରିଥିବା ଛୁରୀନେଇ ୧୦ କିଲୋମିଟର ଚାଲି ରଙ୍ଗପାରା ଥାନାରେ ଆସି ଆତ୍ମ ସମର୍ପଣ କରିଥିଲେ । ଏହି ଘଟଣାକୁ ନେଇ ରଙ୍ଗପାରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ