ETV Bharat / bharat

ଦୁଇ ସାବତ ଝିଅଙ୍କୁ ଦୁଷ୍କର୍ମ କଲା ବାପା: ବାପାର ଔରସରୁ ସନ୍ତାନ ଜନ୍ମକଲେ ପୀଡିତା

author img

By

Published : Jul 15, 2023, 12:48 PM IST

Updated : Jul 15, 2023, 1:08 PM IST

ସାବତ ବାପା ସହ ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କଲା ମାଆ । ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇ ସନ୍ତାନ୍ତ ଜନ୍ମ କଲେ ପୀଡିତା । ଅଧିକ ପଢନ୍ତୁ

ଦୁଇ ସାବତ ଝିଅଙ୍କୁ ଦୁଷ୍କର୍ମ କଲା ବାପା
ଦୁଇ ସାବତ ଝିଅଙ୍କୁ ଦୁଷ୍କର୍ମ କଲା ବାପା

ଅମରାବତୀ: ସମ୍ପର୍କରେ କଳଙ୍କ । ଝିଅ ଗର୍ଭରୁ ଜନ୍ମ ହେଲା ସାବତ ବାପାର ସନ୍ତାନ । ସାବତ ବାପା ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ସନ୍ତାନ ଜନ୍ମ କଲେ ଦୁଇ ନାବାଳିକା । ଏମିତି ଏକ ଅମାନବୀୟ, ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ଏଲୁରୁ ଜିଲ୍ଲାରୁ । ବଡ କଥା ହେଉଛି, ଦୁଇ ନାବାଳିକାଙ୍କ ମାଆ ନିଜ ଦ୍ବିତୀୟ ସ୍ବାମୀର ଯୌନ ଲାଳସା ପୂରଣ କରିବାକୁ ଯାଇ ଦୁଇ ଜନ୍ମକଲା ଝିଅଙ୍କୁ ଏମିତି ଟେକି ଦେଇଛି । ପୁରା ଘଟଣା ଶୁଣିଲେ ଆପଣ ହତବାକ୍ ହୋଇଯିବେ ।

ଅଭିଯୁକ୍ତ ମହିଳା ଜଣକ ୨୦୦୪ରେ ପ୍ରଥମ ବିବାହ କରିଥିଲେ । ପ୍ରଥମ ସ୍ବାମୀଙ୍କ ଠାରୁ ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲା । କୌଣସି ରୋଗରେ ପଡି ୨୦୦୭ରେ ତାଙ୍କ ସ୍ବାମୀ ଆରପାରିକୁ ଚାଲି ଯାଇଥିଲେ । ଏହାର କିଛି ଦିନ ପରେ ମହିଳା ନିଜର ଜଣେ ସମ୍ପର୍କୀୟ ଭାଇକୁ ବିବାହ କରିଥିଲେ । ଯେହେତୁ ପୂର୍ବରୁ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ, ତେଣୁ ସେ ଆଉ ସନ୍ତାନସନ୍ତତି ଜନ୍ମ ଦେଇପାରି ନଥିଲେ ।

ସାବତ ଝିଅକୁ ଗର୍ଭବତୀ କରିଲା ବାପା:

ତେଣେ ଦ୍ବିତୀୟ ସ୍ବାମୀ ନିଜର ସନ୍ତାନ ଚାହୁଁଥିଲା । ଏଥିପାଇଁ ସେ ମହିଳାଙ୍କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରିବାକୁ ଧମକ ଦେଇଥିଲା । ଏହାଶୁଣି ମହିଳା ନିଜର ବଡ ଝିଅ ସହ ଶାରିରୀକ ସମ୍ପର୍କ ରଖିବାକୁ ଦ୍ବିତୀୟ ସ୍ବାମୀକୁ କହିଥିଲେ ଏବଂ ଏଥିପାଇଁ ଝିଅକୁ ବି ବାଧ୍ୟ କରିଥିଲେ । ଅଭିଯୁକ୍ତ ମଧ୍ୟ ନିଜର ଯୌନ ଲାଳସା ରଚିତାର୍ଥ କରିବାକୁ ଯାଇ ସାବତ ଝିଅ ସହ ଦୁଷ୍କର୍ମ କରିଥିଲା । ସେହି ସମୟରେ ପୀଡିତା ଦଶମ ଶ୍ରେଣୀରେ ପଢୁଥିଲେ । ୨୦୧୭ ମସିହାରେ ପୀଡିତା ନିଜ ସାବତ ବାପାର ଔରସରୁ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ହେଲେ ଅଭିଯୁକ୍ତ ଜଣକ ଏଥିରେ ଖୁସି ନଥିଲା ଓ ପୁଅଟିଏ ପାଇଁ ସ୍ତ୍ରୀ ଉପରେ ଚାପ ପକାଇଥିଲା ।

ବାପା ଔରସରୁ ଛୁଆ ଜନ୍ମ କଲେ ନାବାଳିକା:

ଯାହାପରେ ମହିଳା ନିଜର ୧୩ ବର୍ଷର ସାନ ଝିଅକୁ ବାଧ୍ୟ କରିଥିଲେ ସାବତ ବାପା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ । ବର୍ଷକ ପରେ ସାନ ଝିଅ ଗୋଟିଏ ମୃତ ଶିଶୁ ଜନ୍ମ ଦେଇଥିଲେ । ଉଭୟ ମାଆ ଓ ସାବତ ବାପା ମିଶି ମୃତ ନବଜାତକୁ ଏକ କେନାଲରେ ଫିଙ୍ଗି ଦେଇଥିଲେ । ଦୁଇ ନାବାଳିକା ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବେଳୁ ସାବତ ବାପା ଦ୍ବାରା ଏଭଳି ଦୁଷ୍କର୍ମର ଶିକାର ହୋଇଆସୁଥିଲେ ।

ଏହାମଧ୍ୟ ପଢନ୍ତୁ: Shocking: ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍‌ ଢାଳି ଜାଳିଦେଲେ

କିଛି ଦିନ ତଳେ ମହିଳା ଓ ତାଙ୍କର ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ମହିଳା ନିଜ ବାପଘର ବିଶାଖାପାଟନମ ଚାଲି ଆସିଥିଲେ । ଆଉ ଏହି ସମୟରେ ହିଁ ସବୁ କଥା ପଦାକୁ ଆସିଥିଲା । ଏହି ଖବର ମିଳିବା ପରେ ଏଲୁର ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପଚାରଉଚରା ସମୟରେ ସାନ ଝିଅ ପୋଲିସ ଆଗରୁ ପୁରା ଘଟଣା ବଖାଣିଥିଲେ । ଦୀର୍ଘ ବର୍ଷ ହେଲା ତାଙ୍କର ସାବତ ବାପା ଯୌନ ନିର୍ଯାତନା ଦେଉଥିବା କହିଥିଲେ । ଏନେଇ ପୋଲିସ ଅଭିଯୁକ୍ତ ସାବତ ବାପା ସହ ମାଆକୁ ମଧ୍ୟ ଗିରଫ କରିଛି ।

ଆଶ୍ଚର୍ଯ୍ୟର କଥା ହେଉଛି କି, ଏସବୁ ବିଷୟରେ ପୀଡିତାଙ୍କ ପରିବାର ଲୋକେ କିମ୍ବା କୌଣସି ପଡୋଶୀ ସମାନ୍ୟତମ ସୁରାଗ ପାଇନଥିଲେ । ଦୁଇ ନାବାଳିକା ଗର୍ଭବତୀ ହୋଇ ସନ୍ତାନ ଜନ୍ମ କରିନଥିଲେ ହେଁ କାହାରି ପାଖରେ କିଛି ଖବର ନଥିଲା । ତେବେ ଅନ୍ତ ଫାଟି ଜନ୍ମ ଦେଇଥିବା ଜଣେ ମାଆର ଏଭଳି ପାଶବିକତାକୁ ଯେତେ ନିନ୍ଦା କଲେ ବି କମ୍ ହେବ ।

Last Updated : Jul 15, 2023, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.