ETV Bharat / bharat

ବସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଗିରଫ - ସୋସିଆଲ ମିଡିଆରେ ପୋଷ୍ଟ କଲେ ମହିଳା

କର୍ଣ୍ଣାଟକର ମାଙ୍ଗାଲୁରୁ ଅଞ୍ଚଳରେ ମହେଶ ନାମକ ଗୋଟିଏ ବସରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଅଭିଯୁକ୍ତ ଗିରଫ
ଅଭିଯୁକ୍ତ ଗିରଫ
author img

By

Published : Jan 22, 2021, 10:14 AM IST

ବେଙ୍ଗାଲୁରୁ: ବସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । କର୍ଣ୍ଣାଟକର ମାଙ୍ଗାଲୁରୁ ଅଞ୍ଚଳରେ ମହେଶ ନାମକ ଗୋଟିଏ ବସରେ ଜଣେ ମହିଳାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାଅନୁସାରେ, ମାଙ୍ଗାଲୁରୁ ଅଞ୍ଚଳର ଜଣେ ମହିଳା ବସରେ କୋନାଜେରୁ ପୁମ୍ପୱେଲ ଅଭିମୁଖେ ବାହାରିଥିଲେ । ବସରେ ହୁସେନ ନାମକ ଜଣେ ବ୍ୟକ୍ତି ମହିଳା ବସିଥିବା ପାଖ ସିଟରେ ବସିଥିଲେ । କିଛି ସମୟ ପରେ ବ୍ୟକ୍ତି ଜଣଙ୍କ ଫୋନରେ ବାର୍ତ୍ତାଳପ କରିବା ଅଭିନୟ କରି ମହିଳାଜଣଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ତାଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ । ଏ ନେଇ ମହିଳା ଜଣଙ୍କ ତାଙ୍କୁ ଠିକରେ ବସନ୍ତୁ ବୋଲି ଚେତାବନୀ ଦେଇଥିଲେ । ଏହା ପରେ ବି ସେ ଖରାପ ବ୍ୟବହାର ଦେଖାଇଥିଲେ । ସବୁଠୁ ବଡ କଥା ହେଲା ବସରେ ଥିବା ଯାତ୍ରୀଙ୍କ ମଧ୍ୟର କେହି ମୁହଁ ଖୋଲି ନଥିଲେ । ଘଟଣାକୁ ନେଇ ମହିଳାଜଣଙ୍କ ଅସନ୍ତୋଷ ପ୍ରକାଶ କରି ସୋସିଆଲ ମିଡିଆରେ ବସରେ ଭୟଙ୍କର ଅସଦାଚରଣର ଶିକାର ହୋଇଥିବା ବିଷୟରେ ଏକ ପୋଷ୍ଟ ସେୟାର କରିଥିଲେ । ଯାହା ପ୍ରକାଶ ହେବା ମାତ୍ରେ 65 ହଜାର ଲାଇକ ହେବା ସହିତ ଘଟଣାକୁ ନିନ୍ଦା କରାଯାଇଥିଲା ।

ପୋଷ୍ଟ ସେୟାର କରି ମହିଳାଜଣକ ଲେଖିଥିଲେ ଯେ, ମୋ ଭଳି ଅନେକ ମହିଳା ସବୁଦିନ ବସରେ ଯାତ୍ରା କରୁଛନ୍ତି । ସେମାନେ ବି ଅନେକ ସମୟରେ ଅସଦାଚରଣର ଶିକାର ହେଉଛନ୍ତି । ଏହିପରି ଘଟଣାକୁ ରୋକିବା ପାଇଁ ଆମକୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡିବ ବୋଲି ମହିଳାଜଣକ ପୋଷ୍ଟରେ ଲେଖିଥିଲେ । ପୋଷ୍ଟଟିକୁ ପାଠକମାନେ ପଢି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଥାନାରେ ମାମଲା ଦାୟର କରିବାକୁ ମତ ଦେଇଥିଲେ । ପାଠକମାନଙ୍କ କଥା ରଖି ମହିଳାଜଣଙ୍କ ଥାନାରେ ଏକ ମାମଲା ଦାୟର କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିିଥିଲା ।

ଶୁକ୍ରବାର କେରଳର କେଡିମୋଲ ପାର୍ଲାର 41ବର୍ଷୀୟ ବ୍ୟକ୍ତି ହୁସେନକୁ ଗିରଫ କରିଛି । ମହିଳାଜଣଙ୍କ ପୋଲିସ ଷ୍ଟେସନରେ ଅଭିଯୁକ୍ତଜଣଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ । ପୋଲିସ ଖୁବ କମ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଥୁବାରୁ ମହିଳାଜଣଙ୍କ ପୋଲିସଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.