ETV Bharat / bharat

ସ୍ତ୍ରୀକୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲା ସ୍ବାମୀ, ଗିରଫ କଲା ପୋଲିସ - ହାଇଦ୍ରାବାଦରେ ସ୍ବାମୀ ସ୍ତ୍ରୀକୁ ନିର୍ଯାତନା ଘଟଣା

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ସାଙ୍ଗମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ସଇତାନ ସ୍ବାମୀ । ଏତଲା ଆଧାରରେ ପାହାଡିସରିଫ ଥାନା ପୋଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ଅଧିକ ପଢନ୍ତୁ

ସ୍ବାମୀ ସାଜିଲା ସଇତାନ, ସ୍ତ୍ରୀକୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କଲା

author img

By

Published : Nov 8, 2022, 8:54 PM IST

ହାଇଦ୍ରାବାଦ: ସ୍ବାମୀ ସାଜିଲା ସଇତାନ । ଟଙ୍କା ପାଇଁ ନିଜ ସ୍ତ୍ରୀକୁ ସାଙ୍ଗମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ସଇତାନ ସ୍ବାମୀ । ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏହି ନିର୍ଯାତନା ପରେ ପୀଡିତା ମହିଳାଜଣକ ଅଭିଯୁକ୍ତ ସ୍ବାମୀ ନାମରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପାହାଡିସରିଫ ଥାନା ପୋଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ଉଭୟ ସ୍ବାମୀ ସ୍ତ୍ରୀ ଚାରି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦେଢ ବର୍ଷର ଶିଶୁ ପୁତ୍ର ମଧ୍ୟ ଅଛି । ୨୫ ବର୍ଷୀୟ ପୀଡିତା ମହିଳାଜଣଙ୍କ 4 ବର୍ଷ ପୂର୍ବରୁ ହାଇଦ୍ରାବାଦର ଚନ୍ଦ୍ରୟାନୁଗୁଟ୍ଟାର ନିବାସୀ ସହିଦଙ୍କୁ ଭଲ ପାଇ ବସିଥିଲେ । ଖୁସିରେ ରହିବାର ସ୍ବପ୍ନ ଦେଖି ସହିଦଙ୍କ ହାତ ଧରିଥିଲେ ପିଡୀତା । ହେଲେ ବିବାହ ପରେ ସବୁକିଛି ଓଲଟପାଲଟ ହୋଇଗଲା । ପିଡୀତାଙ୍କ ସବୁ ସ୍ବପ୍ନରେ ଯେମିତି ପାଣି ପଡିଯାଇଥିଲା । ଯାହାକୁ ଖୁସିରେ କାରଣ ଭାବି ସାତ ଜନ୍ମ ପାଇଁ ହାତ ଧରିଥିଲେ ଶେଷରେ ସେ ହିଁ ସଇତାନ ସାଜି ଜୀବନରେ ଯନ୍ତ୍ରଣା ଭରି ଦେଲା ।

ଅଧିକ ଟଙ୍କା ରୋଜଗାର କରିବା ଲାଳସାରେ ବେଶ୍ୟାବୃତ୍ତି କରିବା ପାଇଁ ପୀଡିତାଙ୍କୁ ଉସୁକାଇଥିଲା । ଅଭିଯୁକ୍ତ ଜଣକ ଟଙ୍କା ପାଇଁ ନିଜ ସାଙ୍ଗମାନଙ୍କ ପାଖରେ ସ୍ତ୍ରୀକୁ ବିକ୍ରି କରିଦେଇଥିଲା । ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ପୀଡିତାଜଣକ ସ୍ବାମୀର କଥାକୁ ଅବମାନନା କରିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିଲା । ଏହି ନିର୍ଯାତନା ପରେ ମାର୍ଚ୍ଚ ମାସରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।

ବିବାହ ବିଚ୍ଛେଦ ପରେ ମଧ୍ୟ ସ୍ବାମୀଜଣଙ୍କ ପୀଡିତାଙ୍କୁ ହଇରାଣ କରିଥିଲେ । ତେବେ ଅଭିଯୁକ୍ତର ଏଭଳି ଅତ୍ୟାଚାର ପରେ ପୀଡିତାଙ୍କ ସହିବାର ସୀମା ଟପି ଯାଇଥିଲା । ଶେଷରେ ସେ ନିଜକୁ ଶେଷ କରିଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ଏହା ପୂର୍ବରୁ ସେ ଅଭିଯୁକ୍ତ ବିରୋଧରେ ଥାନାରେ ଏତଲା ଦେଇଥିଲେ । ପୋଲିସର ସୂଚନା ଅନୁଯାୟୀ ପୀଡିତାଜଣଙ୍କ ଅଭିଯୋଗ କରିଥିଲେ ଯେ, "ଅଭିଯୁକ୍ତ ପିଡୀତାଙ୍କୁ ନିଜ ସାଙ୍ଗମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ପୀଡ଼ିତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହା ସହିତ ମହିଳାଜଣଙ୍କ ଘରେ ନଥିବା ସମୟରେ ଅଭିଯୁକ୍ତ ସ୍ବାମୀ ତାଙ୍କର ଦେଢ ବର୍ଷର ପୁଅକୁ ନେଇଯାଇଥିଲେ ।" ଏତଲା ଆଧାରରେ ପାହାଡିସରିଫ ପୋଲିସ IPC ୩୬୩, ୩୨୩, ୫୦୬ ଧାରାରେ ଅଭିଯୁକ୍ତକୁ ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.