ETV Bharat / bharat

Drive Against Child Marriage: ବାଲ୍ୟ ବିବାହରେ ସାମିଲ ହେବାରୁ ଜଣେ ଗିରଫ - ବାଲ୍ୟ ବିବାହ ନିରୋଧ ଅଭିଯାନ

ବାଲ୍ୟ ବିବାହରେ ସାମିଲ ହେବାରୁ ଆସାମରେ ଜଣେ ଗିରଫ । ନିଜ ପୁତୁରାର ବିବାହରେ ସାମିଲ ହୋଇଥିଲେ ଗିରଫ ବ୍ୟକ୍ତି । ଅଧିକ ପଢନ୍ତୁ

Drive against child marriage
Drive against child marriage
author img

By

Published : Feb 10, 2023, 3:49 PM IST

ଗୌହାଟୀ: ବାଲ୍ୟ ବିବାହ ବିରୁଦ୍ଧରେ ଆସାମ ସରକାରଙ୍କ କଠୋର ଆଭିମୁଖ୍ୟ ରାଜ୍ୟରେ ଭୟାବହ ପରିସ୍ଥିତ ସୃଷ୍ଟି କରିଛି । ୧୮ ବର୍ଷରୁ କମ୍ ବୟସ୍କ ଝିଅକୁ ବିବାହ କରିବା ଅଭିଯୋଗରେ ହଜାରହଜାର ପୁରୁଷ ଗିରଫ ହେଉଛନ୍ତି । ତେବେ କେବଳ ବାଲ୍ୟ ବିବାହ କରୁଥିବା ପୁରୁଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି, ଏହି ବିବାହରେ ଯୋଗ ଦେଉଥିବା ଅତିଥିଙ୍କୁ ମଧ୍ୟ ପୋଲିସ ବାନ୍ଧି ନେଉଛି । ପୁତୁରାର ବାଲ୍ୟବିବାହରେ ସାମିଲ ହେବା ଅପରାଧରେ ଆସାମ ପୋଲିସ ଗୁରୁବାର ପ୍ରଥମ ଥର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ହେଉଛନ୍ତି ବୋଙ୍ଗାଇଗାଁ ଜିଲ୍ଲାର ଜାହିର ଅଲ୍ଲୀ ମଣ୍ଡଳ ।

ସୂଚନା ମୁତାବକ, ଜାହିର ଅଲ୍ଲୀ କିଛି ଦିନ ତଳେ ନିଜ ପୁତୁରାଙ୍କ ବିବାହରେ ସାମିଲ ହୋଇଥିଲେ । ତାଙ୍କର ପୁତୁରା ବିବାହ କରୁଥିବା ଝିଅ ନାବାଳିକା ଥିଲେ । ଏହା ଜାଣିବା ପରେ ପୋଲିସ ଜାହିରଙ୍କୁ ଗିରଫ କରିଛି । ଆଜି(ଶୁକ୍ରବାର) ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଏହି ବାଲ୍ୟ ବିବାହ ଘଟଣାରେ ଅଦ୍ୟାବିଧି ରାଜ୍ୟରେ ୨,୬୬୬ ଜଣ ପୁରୁଷ ଗିରଫ ହୋଇସାରିଲେଣି । ଆସାମ ସରକାରଙ୍କ ଅନୁଯାୟୀ, ୧୪ ବର୍ଷରୁ କମ୍ ଝିଅକୁ ବିବାହ କରିଥିବା ପୁରୁଷଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ଏବଂ ୧୪ରୁ ୧୮ ବର୍ଷର ନାବାଳିକାଙ୍କୁ ବିବାହ ମାମଲାରେ ବାଲ୍ୟବିବାହ ନିଷେଧ ଅଧିନିୟମ, ୨୦୦୬ରେ ମାମଲା ରୁଜୁ କରାଯିବ ।

ଏହାମଧ୍ୟ ପଢନ୍ତୁ: UP Global Investors Summit: ୟୁପି ବିଶ୍ବ ନିବେଶକ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, ଏହି ସାମାଜିକ କୁପ୍ରଥା ବିରୁଦ୍ଧରେ ଆସାମ ସରକାରଙ୍କ ଅଭିଯାନ ଜାରି ରହିଛି । ନାବାଳିକା ବିବାହ ମାମଲାରେ ଏବେସୁଦ୍ଧା ୨,୬୬୬ ଜଣଙ୍କୁ ଗିରଫ କରଯାଇଛି । ଏହି ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ରିପୋର୍ଟ ୨୦୧୯-୨୦ ଅନୁସାରେ, ବାଲ୍ୟ ବିବାହ ଯୋଗୁଁ ଆସାମରେ ମାତୃ ଓ ଶିଶୁ ମୃତ୍ୟୁହାର ୨୩ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ୧୧ ପ୍ରତିଶତ ମହିଳା କମ୍ ବୟସରେ ମାତୃତ୍ବ ଲାଭ କରିଥିଲେ । ୨୦୧୯-୨୦ରେ ରାଜ୍ୟରେ ୨୦ରୁ ୨୪ ବର୍ଷର ପ୍ରାୟ ୩୧.୮ ପ୍ରତିଶତ ମହିଳା ୧୮ ବର୍ଷରୁ କମ୍ ବୟସରେ ବିବାହ କରିଥିଲେ । ଯାହାକି ହାରାହାରି ୨୩.୩ ପ୍ରତିଶତ ଜାତୀୟ ହାର ଠାରୁ ଅଧିକ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.