ETV Bharat / bharat

ମନୁଷ୍ୟର ଅମାନୁଷିକ କାଣ୍ଡ, ବୁଲା କୁକୁରକୁ ଦୁଷ୍କର୍ମ ଅଭିଯୋଗ - ବୁଲା କୁକୁରକୁ ଦୁଷ୍କର୍ମ ଅଭିଯୋଗ

ଦିନକୁ ଦିନ ସୀମା ଲଘିଂବାରେ ଲାଗିଛି ମଣିଷ । ବେଙ୍ଗାଲୁରୁର ମହୀଶୂର ଅଞ୍ଚଳରେ ବୁଲା କୁକୁରକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Man arrested for allegedly raping female street dog in Mysore
ମନୁଷ୍ୟର ଅମାନୁଷିକ କାଣ୍ଡ, ବୁଲା କୁକୁରକୁ ଦୁଷ୍କର୍ମ ଅଭିଯୋଗ
author img

By

Published : Feb 16, 2021, 9:44 PM IST

ବେଙ୍ଗାଲୁରୁ: ମନୁଷ୍ୟକୁ ସମାଜର ଶ୍ରେଷ୍ଠ ଭାବେ ବିବେଚନା କରାଯାଉଥିବାବେଳେ ସେ ସୀମା ଲଘିଂବାରେ ଲାଗିଛି । ଧୀରେ ଧୀରେ ପ୍ରାୟ ପ୍ରତିଦିନ ମନୁଷ୍ୟର ପଶୁତ୍ବ ଭଳି କାର୍ଯ୍ୟ ସାମନାକୁ ଆସୁଛି । ତେବେ ଏଭଳି ଏକ ଘୃଣ୍ୟ ଘଟଣା କର୍ଣ୍ଣାଟକର ମହୀଶୂର ଅଞ୍ଚଳରେ ଦେଖିବାକୁ ମିଳିଛି । ଏକ ବୁଲୁା କୁକୁରକୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ସହରର ଭି.ଭି ପୁରମ ପୋଲିସ ଷ୍ଟେସନ ଅଧୀନସ୍ଥ ଗୋକୁଲମ ଥାର୍ଡ ଫେଜର ଗଣପିତ ମନ୍ଦିର ନିକଟରେ ଥିବା ଏକ ବୁଲା କୁକରକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତର ଏହି ଅମାନୁଷିକ କାର୍ଯ୍ୟକୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ଅଜଣା ବ୍ୟକ୍ତି କ୍ୟାମେରାରେ କଏଦ କରିଥିଲେ । ପରେ ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପିପଲ୍ସ ଅଫ ଆନିମଲ ଅରଗାନାଇଜେସନ(ପିଏଫଏ) ଅଫିସର କେ.ବି ହାରିସ ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିଥିଲେ ।

ପୋଲିସ ଭାଇରାଲ ଭିଡିଓକୁ ତର୍ଜମା କରିବା ପରେ ପୀଡିତା କୁକୁରକୁ ଡାକ୍ତରୀ ମାଇନା ପାଇଁ ନିକଟସ୍ଥ ପଶୁ ଡାକ୍ତରଖାନାକୁ ପଠାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା 1860 ଓ 1960 ଅନୁସାରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.