ETV Bharat / bharat

ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ଅଭିଯୁକ୍ତ

author img

By

Published : Dec 28, 2020, 6:46 AM IST

ୟୁପିର ଶାହାଜାହାନପୁରରେ ଲଜ୍ଜା । ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

Man Arrested For Allegedly Raping 17-Year-Old Dalit Girl In UP
ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ଅଭିଯୁକ୍ତ

ଲକ୍ଷ୍ନୌ : ଥମୁନି ଲଜ୍ଜା । ସୀମା ଲଙ୍ଘୁଛି ପାଶବିକତା। ହାସରଥ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ପୁଣି ଜଣେ ଦଳିତ 17 ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଅଞ୍ଚଳରେ ଥିବା ଆଖୁ କିଆରୀକୁ ନାବାଳିକା ଜଣକ ଯାଇଥିଲେ । ସେଠାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଜଣକ ପରିବାର ଲୋକଙ୍କୁ ପୁରା ଘଟଣା ସମ୍ପର୍କରେ କହିଥିଲେ ।

ପରେ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ମେଡିକାଲକୁ ପଠାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.