ETV Bharat / bharat

ଦିଦିଙ୍କ ବଡ ଘୋଷଣା, ପଶ୍ଚିମବଙ୍ଗରେ ମିଳିବ ମାଗଣା କୋରୋନା ଟିକା

author img

By

Published : Mar 17, 2021, 4:56 PM IST

ଝାରଗ୍ରାମର ଏକ ରାଲିରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ରାଜ୍ୟବାସୀଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇଦେବାକୁ ଘୋଷଣା କରିଛନ୍ତି ଦିଦି । ଅଧିକ ପଢନ୍ତୁ...

ଦିଦିଙ୍କ ବଡ ଘୋଷଣା, ପଶ୍ଚିମବଙ୍ଗବାସୀଙ୍କୁ ମିଳିବ ମାଗଣା କୋରୋନା ଟିକା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଜାରି ରହିଛି ରାଜନୈତିକ ମହାସଂଗ୍ରାମ । ବିଜେପି ହେଉ କି ତୃଣମୂଳ କଂଗ୍ରେସ, ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦିଆଯାଉଛି ବଡ ବଡ ପ୍ରତିଶ୍ରୁତି । ଏହି କ୍ରମରେ ଝାରଗ୍ରାମର ଏକ ରାଲିରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଜନସାଧାରଣଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇଦେବାକୁ ଘୋଷଣା କରିଛନ୍ତି ଦିଦି ।

ଝାରଗ୍ରାମ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଦିଦି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ସମୟରେ କ୍ଷମତାକୁ ଆସିବା କ୍ଷଣି ବିହାରବାସୀଙ୍କୁ ମାଗଣା ଟୀକାକରଣ କରାଇବାକୁ ପ୍ରତିଶ୍ରୃତି ଦେଇଥିଲେ । ହେଲେ କଣ ସେ ନିଜର ପ୍ରତିଶ୍ରୁତି ପୁରା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମମତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.