ETV Bharat / bharat

ମମତାଙ୍କ ଦୃଢୋକ୍ତି, ହିନ୍ଦୁ ମୁସଲମାନଙ୍କୁ ସୁରକ୍ଷା ସହ ଯୋଗାଇବେ ଶିକ୍ଷା - ହିନ୍ଦୁ ମୁସଲମାନଙ୍କୁ ସୁରକ୍ଷା

ପଶ୍ଚିମବଙ୍ଗରେ ଉଭୟ ହିନ୍ଦୁ ମୁସଲମାନଙ୍କୁ ସୁରକ୍ଷା ସହ ଯୋଗାଇବେ ଶିକ୍ଷା ଯୋଗାଇବେ ବୋଲି ମମତା ପ୍ରତିଶୃତି ଦେଇଛନ୍ତି । ଅଧିକ ପଢନ୍ତୁ...

ମମତାଙ୍କ ଦୃଢୋକ୍ତି: ହିନ୍ଦୁ ମୁସଲମାନଙ୍କୁ ସୁରକ୍ଷା ସହ ଯୋଗାଇବେ ଶିକ୍ଷା

author img

By

Published : Apr 4, 2021, 3:34 PM IST

କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ 6 ତାରିଖରେ 3ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଥିଲାବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ସୁରକ୍ଷା ସହ ଶିକ୍ଷା ଯୋଗାଇବେ ବୋଲି ମମତା ରବିବାର ନିର୍ବାଚନୀ ପ୍ରଚାରରେ ଦୃଢୋକ୍ତି ଦେଇଛନ୍ତି ।

ରାଜ୍ୟର ହୁଗୁଳିରେ ଥିବା ଖାନକୁଲ ଲାଇବ୍ରେରୀ ଗ୍ରାଉଣ୍ଡରେ ମମତାଙ୍କ ଏହି ଜନସଭା ଆୟୋଜିତ ହୋଇଛି । ତେବେ ଏହି ଅଞ୍ଚଳ ତାଙ୍କ ଦଳ ପୁଣି କ୍ଷମତାକୁ ଆସିଲେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ସମାଜ ଓ କାର୍ଯ୍ୟସ୍ଥଳୀକୁ ସୁରକ୍ଷା ଯୋଗାଇବା ସହିତ ସମସ୍ତଙ୍କୁ ଶିକ୍ଷା ଯୋଗାଇବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ତେବେ ଏହା ତାଙ୍କର ଦାୟିତ୍ବ ବୋଲି ସେ ପ୍ରଚାର ସମୟରେ ଅଞ୍ଚଳବାସୀଙ୍କୁ କହିଛନ୍ତି ।

ଏହି ନିର୍ବାଚନୀ ପ୍ରଚାର ସମୟରେ ମମତା ବିଜେପିକୁ ଆକ୍ଷେପ କରି କହିଛି ଯେ ହିନ୍ଦୁ ଓ ମୁସଲମାନ ଏକ । ଏହି ଘଟଣାରେ ସେ ଉଦାହରଣ ଦେଇ କହିଛନ୍ତି ଯେ ବନ୍ୟା ଆସିଲେ ପାଣି ସମସ୍ତ ଘରକୁ ପଶିଥାଏ । ଏହା କେବଳ ହିନ୍ଦୁ କିମ୍ବା ମୁସଲମାନଙ୍କ ଘର ଭିତରକୁ ପଶିନଥାଏ । ତେବେ ଆମେ ସମସ୍ତେ ଏକାଠି ବାସ କରୁଥିବାରୁ ପରସ୍ପରକୁ ସୁରକ୍ଷା ଯୋଗାଇବା ଉଚିତ । ତେବେ ମମତା ନିଜେ ହିନ୍ଦୁ ମହିଳା ବୋଲି ପରିଚୟ ଦେଇ ଉଭୟ ଧର୍ମାବଲମ୍ବୀ ଲୋକଙ୍କୁ ଏକାଠି ହୋଇ ବଞ୍ଚିବା ସହିତ ଲଢିବା ପାଇଁ ଆହ୍ବାନ ଦେଇଛନ୍ତି ।

ସେ ବିଜେପି ଦଳର ପ୍ରତୀକ ପଦ୍ମ ଫୁଲକୁ ଏକ ବାସି ଫୁଲ ସହିତ ତୁଳନା କରିଛନ୍ତି । ତେବେ ଏହା ମା' ଲକ୍ଷ୍ମୀଙ୍କ ଫୁଲ ନୁହେଁ ବୋଲି କହି ଟିଏମସି ଦଳର ପ୍ରତୀକ ଜୋରାଫୁଲକୁ ଭୋଟ ଦେବାକୁ କହିଛନ୍ତି । ସୂଚନା ଥାଉ କି ରାଜ୍ୟରେ ବିଧାନସଭା ଆସନ ପାଇଁ 2ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ଏପ୍ରିଲ 6 ତାରିଖରେ 3ୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଏହି ନିର୍ବାଚନ 30ଟି ଆସନ ପାଇଁ ହେବ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.