ETV Bharat / bharat

ନବମ ରାଉଣ୍ଡ ସୁଦ୍ଧା ୨୮,୮୨୫ ଭୋଟରେ ଆଗୁଆ ମମତା ବାନାର୍ଜୀ

author img

By

Published : Oct 3, 2021, 11:50 AM IST

Updated : Oct 3, 2021, 12:32 PM IST

ପଶ୍ଚିମବଙ୍ଗ ଉପନିର୍ବାଚନର ନବମ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ଆଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

Mamata makes good gains from Bhabanipur, TMC ahead in Samsherganj and Jangipur
୭ ରାଉଣ୍ଡ ସୁଦ୍ଧା ୨୫,୩୦୦ ଭୋଟରେ ଆଗୁଆ ମମତା ବାନାର୍ଜୀ

କୋଲକାତା: ଆଗେଇ ଚାଲିଛନ୍ତି ଦିଦି । ପଶ୍ଚିମବଙ୍ଗ ଉପନିର୍ବାଚନର ନବମ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପକ୍ଷ ପ୍ରତିଦ୍ବନ୍ଦୀ ପ୍ରିୟଙ୍କା ଟିବ୍ରେୱାଲଙ୍କ ଠାରୁ ଆଗରେ ଅଛନ୍ତି । ମମତା ୨୮ ହଜାର ୮୨୫ ଭୋଟରେ ଆଗୁଆ ଥିବା ଜଣାପଡିଛି ।

ସେହିପରି ଗଣତି ଚାଲିଥିବା ଜାଙ୍ଗିପୁର ଉପନିର୍ବାଚନ ମଣ୍ଡଳୀରୁ ମଧ୍ୟ ତୃଣମୂଳ କଂଗ୍ରେସର ଜାକିର ହୁସେନ ବିଜେପି ପ୍ରତିଦ୍ବନ୍ଦୀ ସୁଜିତ ଦାସଙ୍କ ଠାରୁ ୯ ହଜାର ୪୨୯ ଭୋଟରେ ଆଗୁଆ ଅଛନ୍ତି ଏବଂ ସାମଶେରଗଞ୍ଜର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅମରିଲ୍ ଇସଲାମ INCର ଜୈଦୁର ରେହମାନଙ୍କ ଠାରୁ ୩ ହଜାର ୬୪୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

ତେବେ ପ୍ରଥମ ପୋଷ୍ଟାଲ୍‌ ବାଲଟ୍‌ ସବୁକୁ ଗଣନା ପରେ ଇଭିଏମ୍‌ ଭୋଟ୍‌ ଗଣନା କରାଯାଉଛି । ଭବାନୀପୁର ବିଧାନସଭା ଆସନରେ ୨୧ ରାଉଣ୍ଡ୍‌ ଭୋଟ୍‌ ଗଣତି କରାଯିବ ବୋଲି ନିର୍ବାଚନ କମିଶନ୍ କହିଛନ୍ତି । କୌଣସି ପ୍ରକାର ହିଂସାକାଣ୍ଡ ବା ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୨୪ କମ୍ପାନି କେନ୍ଦ୍ରୀୟ ବଳ ସହ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଭବାନୀପୁରରେ ୫୭% ମତଦାନ ହୋଇଥିବା ବେଳେ ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଯଥାକ୍ରମେ ୭୯% ଏବଂ ୭୭% ମତଦାନ ହୋଇଛି।

ନିର୍ଦ୍ଧାରିତ ସମୟ ଅନୁସାରେ ଆଜି(ରବିବାର) ସକାଳ ୮ଟା ରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ରାଜ୍ୟର ତିନୋଟି ବିଧାନସଭା ଆସନ ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନ ହୋଇଥିଲା । ସେଥିମଧ୍ୟରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦକ୍ଷିଣ କୋଲ୍‌କାତାର ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରହିଛି ସାରା ଦେଶର ନଜର । କାରଣ ଗଡ ଜିତିଲେ ମମତା ପୁଣି ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନଚେତ୍ ପଦ ହରାଇବେ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2021, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.