କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ତୃଣମୂଳ କଂଗ୍ରେସ ନେତାଙ୍କ ଜାମିନରେ କୋଲକାତା ହାଇକୋର୍ଟରେ ଆରମ୍ଭ ହୋଇସାରିଛି ଶୁଣାଣି । ସମ୍ପୂର୍ଣ୍ଣ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ଆଣିଛି ସିବିଆଇ ।
ନାରଦା ଷ୍ଟିଙ୍ଗ ମାମଲାକୁ ରାଜ୍ୟରୁ ବାହାରକୁ ସ୍ଥାନାନ୍ତର କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆଇନମନ୍ତ୍ରୀ ମଳୟ ଘଟକ ଅନୁରୋଧ କରିଥିଲେ । ତେବେ ଏହାକୁ ନେଇ ସିବିଆଇ କୋଲକାତା ହାଇକୋର୍ଟରେ ଯାଚିକା ଦାଖଲ କରିଥିଲା । ଏନେଇ ଘଟଣାରେ ଉଭୟ ମମତା ବାନାର୍ଜୀ ଓ ମଳୟ ଘଟକଙ୍କୁ ପକ୍ଷଭୁକ୍ତ କରାଯାଇଛି ।
କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ନେତୃତ୍ବାଧିନ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ଏହି ଖଣ୍ଡପୀଠ ରାଜ୍ୟର ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଓ ଫିରହାଦ ହାକିମ, ବିଧାୟକ ମଦନ ମିତ୍ର ଓ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କ ଜାମିନ ଯାଚିକା ଉପରେ ମଧ୍ୟ ଶୁଣାଣି କରିବେ ।