ETV Bharat / bharat

ଆସନ୍ତା ୩୦ରେ ପୁଣି ହେବ ମୋଦି-ମମତା ଭେଟଘାଟ

author img

By

Published : Apr 23, 2022, 4:35 PM IST

ପୁଣି ହେବ ମୋଦି ମମତା ଭେଟଘାଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଏପ୍ରିଲ ୩୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ମିଳିତ ସମ୍ମିଳନୀ (joint conference)ରେ ଯୋଗ ଦେବେ ମମତା । ଅଧିକ ପଢନ୍ତୁ

ଆସନ୍ତା ୩୦ରେ ପୁଣି ହେବ ମୋଦି ମମତା ଭେଟଘାଟ
ଆସନ୍ତା ୩୦ରେ ପୁଣି ହେବ ମୋଦି ମମତା ଭେଟଘାଟ

ନୂଆଦିଲ୍ଲୀ: ପୁଣି ହେବ ମୋଦି-ମମତା ଭେଟଘାଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ମିଳିତ ସମ୍ମିଳନୀ (joint conference)ରେ ଯୋଗ ଦେବେ ମମତା । ଏ ସମ୍ମିଳନୀରେ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ବିଚାରପତି ମଧ୍ୟ ସାମିଲ ହେବେ । ଯେଉଁ ତାଲିକାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ସମ୍ମିଳନୀରେ ଯୋଗଦେବା ପାଇଁ ମମତା ୨୯ରେ ଦିଲ୍ଲୀ ପହଞ୍ଚିବା ନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏହି ମିଳିତ ସମ୍ମିଳନୀରେ ସାରା ଦେଶରେ ଥିବା କୋର୍ଟ ସହ ଜଡିତ ମାମଲା ଗୁଡିକ ଉପରେ ଆଲୋଚନା କରିବା ନେଇ ଚର୍ଚ୍ଚା ହେବ । ଗତ କିଛି ଦିନ ତଳେ ପଶ୍ଚିମବଙ୍ଗରେ ଆୟୋଜିତ ହୋଇଥିଲା ବେଙ୍ଗଲ ଗ୍ଲୋବାଲ ବିଜନେସ ସମିଟ (Bengal Global Business Summit) । ଯେଉଁଥିରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଏହା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଜନସାଧାରଣଙ୍କ ହିତ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.