ETV Bharat / bharat

‘ଏକକ ନିର୍ବାଚନ’ ଅବଧାରଣା ସମ୍ବିଧାନ ମୂଳଢାଞ୍ଚାର ବିରୋଧୀ, କମିଟିକୁ ଚିଠି ଲେଖିଲେ ଦିଦି - Bengal CM Mamata Banerjee

Mamata Banerjee Rejects One Nation, One Election concept: ‘ଏକକ ନିର୍ବାଚନ’ ପ୍ରସ୍ତାବକୁ ସମ୍ବିଧାନ ମୂଳଢାଞ୍ଚାର ବିରୋଧୀ କହି କୋବିନ୍ଦ ନେତୃତ୍ବାଧୀନ କମିଟିକୁ ଚିଠି ଲେଖିଲେ ଦିଦି । ରଖିଲେ ଏକାଧିକ ତର୍କ । ଅଧିକ ପଢନ୍ତୁ

ଏକକ ନିର୍ବାଚନ ପ୍ରସ୍ତାବକୁ ଖାରଜ କଲେ ଦିଦି, କମିଟିକୁ ଲେଖିଲେ ପତ୍ର

author img

By ETV Bharat Odisha Team

Published : Jan 11, 2024, 8:19 PM IST

କୋଲକାତା: ମୋଦି ସରକାରଙ୍କ ବହୁଚର୍ଚ୍ଚିତ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବା ‘ଏକକ ନିର୍ବାଚନ’ ପ୍ରସ୍ତାବକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଏହି ଅବଧାରଣା ଭାରତୀୟ ସମ୍ବିଧାନର ମୂଳଢାଞ୍ଚାକୁ ନଷ୍ଟ କରିଦେବା ସହ ଲୋକତନ୍ତ୍ରରେ ନିରଙ୍କୁଶତାକୁ ଜନ୍ମ ଦେବ । ତେଣୁ ଏକାଧିକ ବୈଚାରିକ ଦୃଷ୍ଟିକୋଣରୁ ସେ ଏହି ପ୍ରସ୍ତାବର ବିରୋଧାଚାରଣ କରୁଛନ୍ତି ବୋଲି ମମତା କେନ୍ଦ୍ର ସରକାର ଗଠନ କରିଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟିକୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ।

  • West Bengal CM & TMC chairperson Mamata Banerjee writes to the high-level committee on 'One Nation, One Election' says, "I regret I cannot agree with the concept of 'One Nation, One Election' " pic.twitter.com/KmHg2GZzd7

    — ANI (@ANI) January 11, 2024 " class="align-text-top noRightClick twitterSection" data=" ">

କେନ୍ଦ୍ର ଦ୍ବାରା ଗଠିତ ଉଚ୍ଚସ୍ତରୀୟ ‘ଏକକ ନିର୍ବାଚନ’ କମିଟି ସଚିବ ଡ.ନୀତିନ ଚନ୍ଦ୍ରଙ୍କୁ ମମତା ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ଦ୍ବାରା ପ୍ରସ୍ତାବିତ ଏହି ଅବଧାରଣାରେ ସ୍ପଷ୍ଟତା ମଧ୍ୟ ନାହିଁ । ଏକାଧିକ ମୌଳିକ ବୈଚାରିକ ଦୃଷ୍ଟିରୁ ସେ ଏହି ପ୍ରସ୍ତାବରେ ସହମତ ନୁହନ୍ତି । 1952 ମସିହାରେ ଦେଶରେ ପ୍ରଥମେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକର ଏକକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିଛି ବର୍ଷ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହା ବ୍ୟାହତ ହୋଇଥିଲା । କେନ୍ଦ୍ରର ଏହି ବିଚାର ସଂଘୀୟ ବ୍ୟବସ୍ଥାର ବିରୋଧୀ । ଏହା ଗଣତନ୍ତ୍ରରେ ସ୍ବେଚ୍ଛାଚାରିତାକୁ ଜନ୍ମଦେବ ବୋଲି ମମତା କହିଛନ୍ତି । ପୂର୍ବରୁ ମମତାଙ୍କ ଦଳ ଟିଏମସି ସମେତ ସହ ବହୁ ବିରୋଧୀ ଦଳ ଏହି ପ୍ରସ୍ତାବକୁ ବିରୋଧ କରି ଆସିଥିବା ବେଳେ ଦିଦି ଆଜି ଏହି ପ୍ରସଙ୍ଗରେ ତର୍କ ସମ୍ବଳିତ ଭାବେ ତାଙ୍କ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରି କମିଟିକୁ ଔପଚାରିକ ଚିଠି ଲେଖିଛନ୍ତି ।

ମମତା ଆହୁରି ମଧ୍ୟ ଲେଖିଛନ୍ତି, କିଛି ରାଜ୍ୟରେ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବାର ନାହିଁ । ସେମାନଙ୍କୁ (ରାଜ୍ୟ ସରକାର ଗୁଡିକୁ) 5 ବର୍ଷ ପାଇଁ ରାଜ୍ୟବାସୀ ନିର୍ବାଚିତ କରିଛନ୍ତି । ଏହି ଏକକ ନିର୍ବାଚନ ବିଚାର ସହ ସେମାନଙ୍କୁ ନିର୍ବାଚନ କରାଇବା ପାଇଁ ବାଧ୍ୟ କରାଯିବା ଉଚିତ ନୁହେଁ । ଏପରି କରିବା ଜନତାଙ୍କ ନିର୍ବାଚନ ବିଶ୍ବାସର ଉଲ୍ଲଙ୍ଘନ ସଦୃଶ ହେବ ମମତା ଉଲ୍ଲେଖ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, 1967 ପର୍ଯ୍ୟନ୍ତ ଦେଶରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହୋଇ ଆସୁଥିଲା । ମାତ୍ର ଏହା ପରେ କିଛି ରାଜ୍ୟ ବିଧାନସଭା ଭଙ୍ଗ କରି ଆଗୁଆ ନିର୍ବାଚନ କରିବାରୁ ଏହି ଧାରାରେ ପୂର୍ଣ୍ଣଚ୍ଛେଦ ପଡିଲା । ତେବେ 2014ରେ ମୋଦି ସରକାର କେନ୍ଦ୍ରରେ କ୍ଷମତା ହାସଲ କରିବା ପରେ ପୁଣି ଥରେ ଏହି ବିଚାର ସାମ୍ନାକୁ ଆସିଥିଲା । ଏହାକୁ ପାରମ୍ପରିକ ଭାବେ ବିବିଧ ଦେଶ ଓ ବହୁଦଳୀୟ ବ୍ୟବସ୍ଥାର ଉଦାହରଣ ଦେଇ ବିରୋଧୀମାନେ ବିରୋଧ କରିଆସୁଛନ୍ତି । ବିଜେପି ଏହାକୁ 2014ରେ ନିଜ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ସ୍ଥାନ ଦେଇଥିଲା । ତେବେ ଏପରି କରି ବିଜେପି ରାଜନୈତିକ ଲାଭ ପାଇବାକୁ ଉଦ୍ୟମ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦେଶ ପାଇବ ସର୍ବବୃହତ ସାମୁଦ୍ରିକ ସେତୁ, ଶୁକ୍ରବାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ମାତ୍ର ନିକଟରେ କେନ୍ଦ୍ର ସରକାର ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ 8 ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସଦସ୍ୟ ରହିଛନ୍ତି । ଏହି କମିଟି ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରି ସେମାନଙ୍କ ମତାମତ ସଂଗ୍ରହ କରିବା ସହ ଏହି ଅବଧାରଣା ସହ ଜଡିତ ସମସ୍ତ ଦିଗକୁ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.