ETV Bharat / bharat

ବେଙ୍ଗଲ ଦଙ୍ଗଲରେ ମମତାଙ୍କ ହ୍ୟାଟ୍ରିକ, ହାରି ବି ଜିତିଲେ ‘ଦିଦି’ - ଜିତିଲେ ମମତା

ଶୁଭେନ୍ଦୁଙ୍କ ବିଜୟ ପରେ 2 ଥର ମୁଖ୍ୟମନ୍ତ୍ରୀ ଥିବା ମମତାଙ୍କ ପରାଜୟ ବିଜେପିକୁ ଦେବ ବୁଷ୍ଟର । ଏପଟେ ନନ୍ଦିଗ୍ରାମ ଆସନରେ ହାରି ବି ପଶ୍ଚିମଗଡ ଜିତିବାରେ ସକ୍ଷମ ହେଲେ ଦିଦି । ଅଧିକ ପଢନ୍ତୁ..

ବେଙ୍ଗଲ ଦଙ୍ଗଲରେ ମମତାଙ୍କ ହ୍ୟାଟ୍ରିକ,  ହାରି ବି ଜିତିରେ ‘ଦିଦି’

author img

By

Published : May 2, 2021, 8:33 PM IST

କୋଲକତା: ଖେଲା ଆରମ୍ଭ .. ବେଙ୍ଗଲ ଦଙ୍ଗଲରେ ହ୍ୟାଟ୍ରିକ ମାରିଲା ତୃଣମୂଳ କଂଗ୍ରେସ । ବିପୁଳ ବହୁମତ ସହ ରାଜ୍ୟରେ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି ‘ନ୍ୟାସନାଲ ଦିଦି’ । ସଫଳ ହେଲା ରଣନୀତି , ବିଜେପିକୁ ହରାଇ ରାଜନୀତିରେ ଅଣ୍ଟା ସୁଦୃଢ କଲା ଟିଏମସି । ହେଲେ ନନ୍ଦିଗ୍ରାମ ମହାସଂଗ୍ରାମରେ ହାରିଲେ ବେଙ୍ଗଲ ବାଘୁଣୀ । 1736 ଭୋଟରେ ଚିତପଟ୍ଟାଙ୍ଗ ମମତା ।

ତେବେ ରାଜ୍ୟରେ ବହୁ ମତ ପାଇଁ ବିଜେପି ପଶ୍ଚିମବଙ୍ଗରେ ସବୁ କଳବଳ କୌଶଳ ଲଗାଇଲା । ଧୁରନ୍ଧର ନେତାଙ୍କୁ ନେଇ ଧୁଆଁଧାର ପ୍ରଚାର କଲା .. ପରିବର୍ତ୍ତନ ହାୱାରେ ଟିଏମସି ବହୁ ସାଂସଦ , ବିଧାୟକ ଦଳଛାଡି ଗେରୁଆ କ୍ୟାମ୍ପକୁ ଡିଆଁ ମାରିଲେ କିନ୍ତୁ ପୂରଣ ହେଲାନି ଅବକି ବାର 200 ପାର୍ ନାରା । ଏପରିକି ଶତକ ଛୁଇଁପାରିଲାନି ବିଜେପି । ସେପଟେ ଡବଲ ସେଞ୍ଚୁରୀ ମାରିଲା ଟିଏମସି । ହେଲେ ଶୁଭେନ୍ଦୁଙ୍କ ବିଜୟ ପରେ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ମମତାଙ୍କ ପରାଜୟ ବିଜେପିକୁ ଦେବ ବୁଷ୍ଟର ।

ଦେଶରେ ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ପଶ୍ଚିମବଙ୍ଗ ଉପରେ ଅଟକିଥିଲା ଦେଶବାସୀଙ୍କ ନଜର । କାରଣ ବଙ୍ଗ ଗଡରେ ଲାଗିଥିଲା ପ୍ରତିଷ୍ଠା ଓ ସମ୍ମାନର ବାଜି । ଆଉ 292 ନିର୍ବାଚନ ମଣ୍ଡଳୀ ଭିତରେ ନନ୍ଦିଗ୍ରାମ ଥିଲା ହଟ ସିଟ । ଖୋଦ ମୁଖ୍ୟମନ୍ତ୍ରୀ ଏହି ଆସନରୁ ପୂର୍ବତନ ନିକଟତର ନେତାଙ୍କ ବିରୋଧରେ ଲଢେଇ କରି ହୋଇଛନ୍ତି ପରାସ୍ତ । ସେପଟେ ପୂରା ରାଜ୍ୟକୁ ଦେଖିବାକୁ ଗଲେ ଶତ ପ୍ରଚେଷ୍ଟା କରିଥିବା ବିଜେପିର ବିଜୟ ରଥରେ ରୋକ ଲଗାଇ ବାଜି ଜିତି ବଙ୍ଗ ଗଡ ବଞ୍ଚାଇବାରେ ସଫଳ ହୋଇଛି ତୃଣମୂଳ କଂଗ୍ରେସ ।

ଦଶନ୍ଧି ଧରି ରାଜ୍ୟରେ ଶାସନ କରିଆସୁଥିବା ମମତା ବାନାର୍ଜୀଙ୍କ ବିରୋଧରେ ଆକ୍ରାମକ ଆଭିମୁଖ୍ୟ ଆପଣାଇଥିଲା ବିଜେପି । ମହାମାରୀ ସତ୍ତ୍ବେ ଖୋଦ ପ୍ରଧାନମନ୍ତ୍ରୀ ମାରାଥନ ରାଲି କରିବା ସହ ପଶ୍ଚିମବଙ୍ଗରେ ଡେରା ପକାଇଥିଲେ ବିଜେପିର ବଡ ବଡ ନେତାମନ୍ତ୍ରୀ । ରୋଡ ଶୋ - ରାଲିରେ ସରଗରମ ହୋଇଥିଲା ବଙ୍ଗ ରାଜରାସ୍ତା । ହେଲେ ପଛଘୁଞ୍ଚା ଦେଇ ନଥିଲେ ଦିଦି । ବିଜେପି ବିରୋଧରେ ୱାନ ଟୁ ୱାନ ଖେଳ ପାଇଁ ଚ୍ୟାଲେଞ୍ଜ ଦେଇଥିଲେ ମମତା । ଆଉ ଶେଷରେ ବିଜୟ ମୁକୁଟ ପିନ୍ଧି ଶେଷ କଲେ ବିଜେପି ଖେଳ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.