ETV Bharat / bharat

ମମତା ବାନାର୍ଜୀ: ବଙ୍ଗଳା ଝିଅରୁ ଦେଶର ‘ଦିଦି’ - From Bengal's daughter to nation's Didi

କ୍ରମାଗତ ତୃତୀୟ ଥର କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରବିବାର ଦିଦି ଏହି ବିଜୟକୁ ବଙ୍ଗବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଏହାସହ ନିର୍ବାଚନ ଆୟୋଗ ଓ ବିଜେପିକୁ କଡା ସମାଲୋଚନା ମଧ୍ୟ କରିଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାରେ ଥିଲା ନନ୍ଦୀଗ୍ରାମ ଆସନ, ଯେଉଁଠୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପ୍ରତିପକ୍ଷ ଥିଲେ ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

ମମତା ବାନାର୍ଜୀ
ମମତା ବାନାର୍ଜୀ
author img

By

Published : May 3, 2021, 12:13 PM IST

ହାଇଦ୍ରାବାଦ: କ୍ରମାଗତ ତୃତୀୟ ଥର କ୍ଷମତାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରବିବାର ଦିଦି ଏହି ବିଜୟକୁ ବଙ୍ଗବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଏହାସହ ନିର୍ବାଚନ ଆୟୋଗ ଓ ବିଜେପିକୁ କଡା ସମାଲୋଚନା ମଧ୍ୟ କରିଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାରେ ଥିଲା ନନ୍ଦୀଗ୍ରାମ ଆସନ, ଯେଉଁଠୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପ୍ରତିପକ୍ଷ ଥିଲେ ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ । ଟିଏମସରି ଗଡ ଏବେ ବିଜେପି ହାତରେ । ଅନେକ ଟ୍ବିଷ୍ଟ-ଟର୍ଣ୍ଣ ପରେ ଅତି କମ୍ ଭୋଟରେ ପଛୁଆ ରହିଗଲେ ମମତା ମାତ୍ର ବଙ୍ଗରେ ତାଙ୍କ ମହାବିଜୟକୁ ନେଇ ସେ ଏବେ ପ୍ରଶଂସିତ ।

‘ବଙ୍ଗଲା ନିଜେର୍ ମାଏକି ଚାଏ’ ଅର୍ଥାତ ବଙ୍ଗଳା ନିଜ ଝିଅକୁ ଚାହେଁ । ତାଙ୍କର ରାଜନୈତିକ ଯାତ୍ରା 1975ରୁ ହିଁ ଆରମ୍ଭ ହୋଇଯାଇଥିଲା, ଯେତେବେଳେ ଜୟପ୍ରକାଶ ନାରାୟଣଙ୍କ କାର ଉପରେ ନାଚି ହେଡଲାଇନରେ ସ୍ଥାନ ପାଇଥିଲେ । ସେବେଠାରୁ 40 ବର୍ଷ ବିତିଗଲା କିନ୍ତୁ ତାଙ୍କ ସଂଗ୍ରାମ ଭାରତୀୟ ରାଜନୀତିକୁ ଆଲୋକିତ କରି ଆସିଛି । ସେ 2011ରେ 34 ବର୍ଷ ଧରି ଶାସନ କରି ଆସୁଥିବା ସିପିଆଇଏମକୁ ପରାସ୍ତ କରି ରାଜ୍ୟ ଶାସନ ଭାର ତୁଲାଇଥିଲେ ମାତ୍ର ସବୁଠାରୁ ଜଟିଳ ଥିଲା 2021 ରଣନୀତି । କର ଅବା ମର ସ୍ଥିତିରେ ଥିଲେ ମମତା ।

ଭାରତୀୟ ଜନତା ଦଳ 2019 ଲୋକସଭା ନିର୍ବାଚନରେ ରାଜ୍ୟରୁ ଭୋଟ୍ ହାତେଇବା ପରେ ତାଙ୍କ ଆଧିପତ୍ୟ ଉପରେ ସଙ୍କଟ ମାଡି ଆସିଥିଲା । ଏହାସହ ବାମ-କଂଗ୍ରେସ-ଆଇଏସ୍ଏଫର ମିଳିତ ମଞ୍ଚ ତାଙ୍କ ପାଇଁ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା । ମମତା ତାଙ୍କ ଶାସନକୁ ତିନୋଟି ‘M’ ଅର୍ଥାତ୍ ‘ମା’, ‘ମାଟି’ ଏବଂ ‘ମାନୁଷ’ (ମା, ମାଟି ଏବଂ ଲୋକ) ସହ ତୁଳନା କରୁଥିଲେ । ବଙ୍ଗଳା ନିର୍ବାଚନରେ ଆଉ ତିନୋଟି ‘M’ ଫ୍ୟାକ୍ଟର ଥିଲା, ‘ମମତା’, ‘ମୋଦି’,‘ମୁସଲମାନ’ । ମମତାଙ୍କ ଆହ୍ବାନ ଥିଲା ଗୋଟିଏ ପଟେ ବଙ୍ଗଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସମର୍ଥନକୁ ପୁନଃ ପ୍ରାପ୍ତ କରିବା, ଯାହା ଆଇଏସ୍ଏଫ୍ ଦ୍ବାରା ପ୍ରଭାବିତ ହୋଇଥିଲା ।

କ୍ଷମତା ଲଢେଇକୁ ଅଧିକ ଆକର୍ଷଣୀୟ କରି ମମତା 2021 ନିର୍ବାଚନରେ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ । ନିଜର ଗତ ଭବାନୀପୁରକୁ ଛାଡି ଦିଦି ନନ୍ଦିଗ୍ରାମରେ ଲଢିବାକୁ ବାଛିଥିଲେ । ବାମ ସରକାରଙ୍କ ଜମି ଅଧିଗ୍ରହଣ ନୀତି ବିରୋଧରେ ନନ୍ଦିଗ୍ରାମ ଏବଂ ସିଙ୍ଗୁରରେ ଆନ୍ଦୋଳନ ହିଁ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପାଇଁ ପଥ ଦେଖାଇଲା । ମାର୍ଚ୍ଚ 2021ରେ ନନ୍ଦିଗ୍ରାମରେ ପ୍ରଚାର କରୁଥିବା ସମୟରେ ଆହତ ହେବା ପରେ ମମତା ହ୍ବିଲ ଚେୟାରରେ ପ୍ରଚାର ଆରମ୍ଭ କରିଦେଲେ, ଯାହା ସହାନୂଭୁତି ଭୋଟ୍ ପାଇବାରେ ସହାୟକ ହେଲା ।

ତେବେ 2019 ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ମୋଦି-ମମତା ଯୁଦ୍ଧ ଦୃଶ୍ୟମାନ ହୋଇଥିଲା । 2019 ସାଧାରଣ ନିର୍ବାଚନ ପୂର୍ବରୁ ସେ କେନ୍ଦ୍ର ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିମୁଦ୍ରୀକରଣ ଠାରୁ ଆରମ୍ଭ କରି ନାଗରିକତା ସଂଶୋଧନ ଅଧିନିୟମ (CAA) ଏବଂ ଇନ୍ଧନ ମୂଲ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବାରେ ସେ ପ୍ରମୁଖ ଥିଲେ । ମମତା 1970 ଦଶକରେ ଯୁବ କଂଗ୍ରେସ କର୍ମୀ ଭାବରେ ନିଜର ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ସେ ପରେ ମହିଳା କଂଗ୍ରେସଓ ପରେ ଅଲ ଇଣ୍ଡିଆ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ । 1984ରେ ସେ ଅଷ୍ଟମ ଲୋକସଭାରେ ସାଂସଦ ଭାବେ ନିର୍ବାଚିତ ହୋଇ ଭାରତର ସର୍ବ କନିଷ୍ଠ ସଂସଦୀୟ ସଦସ୍ୟ ହୋଇଥିଲେ ।

1997 ରେ କଂଗ୍ରେସ ସହ ମତଭେଦ ପରେ ସେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ପ୍ରତିଷ୍ଠା କରିଥିଲେ । ମମତା ବାନାର୍ଜୀ ପିଭି ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀ ଏବଂ ଡ଼ ମନମୋହନ ସିଂଙ୍କ ସମେତ 3 ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିଲେ । ସେ ଉଭୟ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଏବଂ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ (ୟୁପିଏ) ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ ଏବଂ ମାନବ ସମ୍ବଳ ବିକାଶ, ଯୁବ ବ୍ୟାପାର ଏବଂ କ୍ରୀଡ଼ା, ମହିଳା ଏବଂ ଶିଶୁ ବିକାଶ, କୋଇଲା ଏବଂ ଖଣି ଓ ରେଳବାଇ ପରି ବିଭାଗରେ ଥିଲେ ।

ସେ ହେଉଛନ୍ତି ପ୍ରଥମ ମହିଳା, ଯିଏକି ଦେଶର ରେଳମନ୍ତ୍ରୀ ହୋଇଥିଲେ । ଟାଇମ୍ ମାଗାଜିନ୍ ତାଙ୍କୁ 2012 ରେ ଦୁନିଆର 100 ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ନାମିତ କରିଥିଲା । ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସି ମମତା ଦାରିଦ୍ର୍ୟର ମୁକାବିଲା ପାଇଁ ଏକ କ୍ଷୀର ବିକାଳୀ ଭାବରେ କାର୍ଯ୍ୟ କରିଥିଲେ । ମାତ୍ର 17 ବର୍ଷ ବୟସରେ ଚିକିତ୍ସା ଅଭାବରୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ସେ ଶିକ୍ଷା କିନ୍ତୁ ଛାଡି ନଥିଲେ । ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ, ଇସଲାମିକ ଇତିହାସରେ ମାଷ୍ଟର ଡିଗ୍ରୀ ଏବଂ କଲିକତା ବିଶ୍ବବିଦ୍ୟାଳୟରୁ ଶିକ୍ଷା ଏବଂ ଆଇନ ବିଭାଗରେ ଡିଗ୍ରୀ ହାସଲ କରିଥିଲେ । ପୂର୍ଣ୍ଣକାଳୀନ ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ଷ୍ଟେନୋଗ୍ରାଫର ଏବଂ ବ୍ୟକ୍ତିଗତ ଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜଣେ ସୁଶିକ୍ଷିତ ଚିତ୍ରକାର, କବି ଏବଂ ଲେଖି। । ସେ 100ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ସେ ମଧ୍ୟ ବୈଷୟିକ ଜ୍ଞାନ ଏବଂ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.