ETV Bharat / bharat

ଦୁର୍ନୀତି ମାମଲାରେ ମନ୍ତ୍ରୀ ଗିରଫ ପରେ ମମତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା - ଦିଲ୍ଲୀ ଗସ୍ତରେ ମମତା

୪ ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee)। ଦୁର୍ନୀତିରେ ମାମଲାରେ ଛନ୍ଦି ହୋଇ TMC ସରକାର ଅଡୁଆରେ ଥିବାବେଳେ ମମତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଛି ରାଜନୈତିକ ଉଷ୍ମତା । ଅଧିକ ପଢନ୍ତୁ

Mamata arriving in Delhi on 4-day visit, will attend Niti Aayog meet on Sunday
ଚାରି ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
author img

By

Published : Aug 4, 2022, 12:33 PM IST

ନୂଆଦିଲ୍ଲୀ: ୪ ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି(ଗୁରୁବାର) ଅପରାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ପହଞ୍ଚିବାର ସୂଚୀ ରହିଛି । ସେ ବରିଷ୍ଠ ନେତାମାନଙ୍କୁ ଭେଟି ଅଗଷ୍ଟ ୭ରେ ନୀତି ଆୟୋଗ(Niti Aayog Meet) ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଟିଏମସି(TMC) ସାଂସଦଙ୍କ ସହ ସନ୍ଧ୍ୟାରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ କ୍ୟାବିନେଟ୍‌ର ବରିଷ୍ଠ ମନ୍ତ୍ରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବାବେଳେ ମମତାଙ୍କ ଏହି ଗସ୍ତକୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି ।

ମମତାଙ୍କ ସରକାର ଦୁର୍ନୀତିରେ ଲିପ୍ତ ବୋଲି ବିରୋଧୀ ବିଜେପି କଡା ସମାଲୋଚନା କରିଛି । ଆହୁରି ଅନେକ ନେତା ମଧ୍ୟ ତଦନ୍ତକାରୀ ଏଜେନ୍ସି ସ୍କାନରରେ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ପଶ୍ଚିମବଙ୍ଗ ରାଜନୀତି ରୋଚକ ସ୍ଥିତିରେ ରହିଥିବାବେଳେ ମମତାଙ୍କ ଦିଲ୍ଲୀ ଗସ୍ତ ଗୁରୁତ୍ବପୂର୍ଣ୍ଣ ରହିଛନ୍ତି ।

ସଂସଦର କେନ୍ଦ୍ରୀୟ ହଲ୍ ପରିଦର୍ଶନ ଏବଂ ବିରୋଧୀଦଳର ନେତାଙ୍କ ସହ ମମତା ବୈଠକ କରିପାରନ୍ତି ବୋଲି କୁହାଯାଉଛି । ମମତା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟି ପାରନ୍ତି । ଏଥିସହ ସେ ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି । ତେବେ ରାଜ୍ୟ ସହ ଜଡିତ ପ୍ରସଙ୍ଗରେ ଆଲୋଚନା ପାଇଁ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସୂତ୍ରରୁ ଜଣାପଡିଛି ଯେ, ଅଗଷ୍ଟ ୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ । ଯେଉଁଠାରେ କୃଷି, ସ୍ବାସ୍ଥ୍ୟ ଏବଂ ଅର୍ଥନୀତି ସହ ଆଲୋଚନା ହେବ । ଏହାର ପ୍ରଥମ ବୈଠକ ଫେବୃଆରୀ ୮, ୨୦୧୫ରେ ଅନୁଷ୍ଠିତ ହୋଇଥିଲା । ବାନାର୍ଜୀ ଗତ ବର୍ଷ ଏହି ବୈଠକରୁ ବଞ୍ଚିତ ହୋଇଥିଲେ । ସେ ଚଳିତ ବର୍ଷର ବୈଠକରେ ଜିଏସଟି ଦେୟ ପ୍ରଦାନ ନ କରିବା ଏବଂ ଫେଡେରାଲଜିମ୍ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇବା ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.