ETV Bharat / bharat

ରାଜ୍ୟସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟ ପରେ ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା!

author img

By

Published : Feb 9, 2021, 5:00 PM IST

ଗୁଲାମ ନବୀଙ୍କ ରାଜ୍ୟସଭାରୁ ଅବସର ପରେ ଦଳର ବରିଷ୍ଠ ନେତା ଓ ଲୋକସଭାରେ କଂଗ୍ରେସର ନେତା ରହିସାରିଥିବା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟସଭାରେ ବିରୋଧୀ ଦଳର ନେତା କରିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ରାଜ୍ୟସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟ ପରେ ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା!
ରାଜ୍ୟସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟ ପରେ ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା!

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୫ରେ ସରିବାକୁ ଯାଉଛି ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ । ଗୃହର ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶରଦ ପାୱାର ଏବଂ ଅନେକ ନେତା ଗୁଲାମ ନବୀଙ୍କୁ ବିଦାୟ ଜଣାଇଛନ୍ତି । ଏପରିକି ଆଜାଦଙ୍କୁ ବିଦାୟ ଦେଇ ରାଜ୍ୟସଭାରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ରାଜ୍ୟସଭାରୁ ଆଜାଦଙ୍କ ବିଦାୟ ସହ ଏବେ ବଡ ପ୍ରଶ୍ନ ଉଠିଛି କାହାକୁ ବିରୋଧୀ ଦଳର ନେତା ଆସନରେ ବସାଇବ କଂଗ୍ରେସ ?

ଗୁଲାମ ନବୀଙ୍କ ରାଜ୍ୟସଭାରୁ ଅବସର ପରେ ଦଳର ବରିଷ୍ଠ ନେତା ଓ ଲୋକସଭାରେ କଂଗ୍ରେସ ନେତା ରହିସାରିଥିବା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟସଭାରେ ବିରୋଧୀ ଦଳର ନେତା କରିବା ନେଇ ଚର୍ଚ୍ଚା ହେଉଛି । ଖଡଗେ ନିକଟରେ ସାଂସଦ ରୂପେ ରାଜ୍ୟସଭାକୁ ଆସିଥିଲେ । ୨୦୧୯ ସାଧାରଣ ନିର୍ବାଚନ ହାରିଯାଇଥିଲେ ଖଡଗେ ।

ସେପଟେ ରାଜ୍ୟସଭାରେ ବିରୋଧୀ ଦଳର ଉପନେତା ଆନନ୍ଦ ଶର୍ମା ମଧ୍ୟ ବିରୋଧୀ ଦଳ ନେତା ହେବାକୁ ଆଶା ରଖିଛନ୍ତି । ହେଲେ ନିକଟରେ ଦଳୀୟ ସଂଗଠନକୁ ନେଇ ପ୍ରଶ୍ନ ଉଠାଇବା ସହ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ଦଳର ନେତୃତ୍ବ ତାଙ୍କୁ ଦାୟିତ୍ବ ଦେବା ନେଇ ଆଶା କ୍ଷୀଣ ରହିଛି ।

ସୂଚନା ଅନୁଯାୟୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିରୋଧୀ ଦଳ ନେତା ଚୟନ ହେବେ । ତେବେ ଏସବୁ ମଧ୍ୟରେ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ରହିବ ଯେ କୌଣସି ବରିଷ୍ଠ ନେତାଙ୍କୁ ବିରୋଧୀ ଦଳର ମୁଖ୍ୟ ଆସନରେ ବସାଇବା । କାରଣ ଜଣେ ବରିଷ୍ଠ ନେତା ହିଁ ବିରୋଧୀ ଦଳର ସମସ୍ତ ନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.