ମୁମ୍ବାଇ: 14 ବର୍ଷ ପୁରୁଣା ମାଲେଗାଁ ବୋମା ବିସ୍ଫୋରଣ ମାମଲାରେ ଲେପ୍ଟନାଣ୍ଟ କର୍ଣ୍ଣଲ ପ୍ରସାଦ ପୁରୋହିତଙ୍କ ଯାଚିକା ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖାରଜ କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଲେପ୍ଟନାଣ୍ଟ କର୍ଣ୍ଣଲ ପ୍ରସାଦ ପୁରୋହିତ । NIA ଅଭିଯୋଗ କିରିଛି ଯେ, ଅଭିଯୁକ୍ତ ଅଭିନଭ ଭାରତ ଗ୍ରୁପର ଏକ ସଭାରେ ଯୋଗ ଦେଇଥିଲେ । ଭାରତୀୟ ସେନାର ଜଣେ ଅଧିକାରୀ ଭାବରେ ଡ୍ୟୁଟିରେ ନଥିଲେ ବୋଲି ହାଇକୋର୍ଟ କହିଛନ୍ତି ।
2008 ସେପ୍ଟେମ୍ବର 29 ତାରିଖରେ ନାସିକର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ମହାରାଷ୍ଟ୍ର ଆଣ୍ଟି ଟେରର ସ୍କ୍ବାଡ୍ ଆତଙ୍କୀ ଆକ୍ରମଣ ନେଇ ଲେପ୍ଟନାଣ୍ଟ କର୍ଣ୍ଣଲ ପ୍ରସାଦ ପୁରୋହିତଙ୍କୁ ଗିରଫ କରିଥିଲା । ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ତଦନ୍ତ ଭାର ଗ୍ରହଣ କରିଥିଲା । ଆତଙ୍କବାଦୀ କାର୍ଯ୍ୟକଳାପରେ ସମୁଦାୟ 12 ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଯେଉଁଥିରୁ ପାଞ୍ଚ ଜଣ ମୁକୁଳିଥିଲେ । ଅଭିଯୁକ୍ତଙ୍କ ମଧ୍ୟରେ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଏବଂ ସମୀର କୁଲକର୍ଣ୍ଣି ମଧ୍ୟ ଅଛନ୍ତି । ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି ।
ଏହା ବି ପଢନ୍ତୁ...ରେକର୍ଡ ଭାଙ୍ଗିଲା କାଶୀ ବିଶ୍ବନାଥ ଭକ୍ତଙ୍କ ସଂଖ୍ୟା, 2 ଦିନରେ 6 ଲକ୍ଷ ଟପିଲା
ସୂଚନାଥାଉ କି 2008 ମସିହା ସେପ୍ଟେମ୍ବର 29 ତାରିଖ ଦିନ ମହାରାଷ୍ଟ୍ରର ମାଲେଗାଁରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ଏକ ମୋଟର ସାଇକେଲର ବ୍ୟବହୃତ ହୋଇଥିଲା । ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ସମେତ ରମେଶ ଉପାଧ୍ୟୟ, ସୁଧାକର ଦ୍ବିବେଦୀ, ସମୀର କୁଲକର୍ଣ୍ଣି ସହ ଲେପ୍ଟନାଣ୍ଟ କର୍ଣ୍ଣେଲ ପୁରୋହିତଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଥିଲା । NIA ରିପୋର୍ଟ ଅନୁସାରେ ଏହି ମୋଟର ସାଇକେଲ ପ୍ରଜ୍ଞା ସିଂ ଠାକୁରଙ୍କ ନାଁରେ ରହିଥିବା ମଧ୍ୟ ଜଣାପଡିଥିଲା । ଏହା ପରେ ମହାରାଷ୍ଟ୍ର ATS ତଦନ୍ତରେ ଜଣାପଡିଥିଲା ଗୁଜୁରାଟର ସୁରଟ ସହ ଶେଷରେ ପ୍ରଜ୍ଞା ସିଂ ଠାକୁରଙ୍କ ସହ ଜଡିତ ଥିଲା ।