ETV Bharat / bharat

Vijay Babu Sexual Assault Case: ଯୌନ ଶୋଷଣ ମାମଲାରେ ଫସିଲେ ମାଲାୟଲମ୍ ଅଭିନେତା

author img

By

Published : Apr 27, 2022, 12:51 PM IST

ମାଲାୟଲମ୍ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁ ( Malayalam actor and producer Vijay Babu)ଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଜଣେ ମହିଳା ପ୍ରଯୋଜକ ବିଜୟ ବାବୁଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ମାଲାୟଲମ୍ ଅଭିନେତା ବିଜୟ ବାବୁଙ୍କ ନାଁରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ଥିରୁଅନନ୍ତପୁରମ୍‌: ମାଲାୟଲମ୍ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁ ( Malayalam actor and producer Vijay Babu)ଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଜଣେ ମହିଳା ପ୍ରଯୋଜକ ବିଜୟ ବାବୁଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏନେଇ କେରଳର ଏର୍ନାକୁଲମ ସାଉଥ ପୋଲିସ ଏକ ମାମଲା ରୁଜୁ କରିଛି ।

ସୂଚନା ଅନୁସାରେ, ଜୈନିକ ମହିଳା ଅଭିଯୋଗ ଆଣିଛନ୍ତି ଯେ, ପ୍ରଯୋଜକ ବିଜୟ ବାବୁ ତାଙ୍କ କୋଚି ଫ୍ଲାଟରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବା କହି ତାଙ୍କୁ ବହୁବାର ଯୌନ ନିର୍ଯାତନା ଦେଇଥିଲେ ବୋଲି ମହିଳା କହିଛନ୍ତି । ଅଭିଯୋଗକାରିଣୀ ଜଣକ କୋଝିକୋଡେ ଜିଲ୍ଲା(Kozhikode district)ର ବାସିନ୍ଦା ବୋଲି ଜଣାପଡିଛି ।

ସେପଟେ ,ଏପର୍ଯ୍ୟନ୍ତ ଏ ଘଟଣାରେ ସମ୍ପୃକ୍ତ ପ୍ରଯୋଜକ ବିଜୟ ବାବୁଙ୍କୁ ପଚରାଉଚରା କି ଗିରଫ କରିନାହିଁ ପୋଲିସ । ବିଜୟ ବାବୁ ହେଉଛନ୍ତି ଫ୍ରାଇଡେ ଫିଲ୍ମ ହାଉସ(Friday Film House)ର ପ୍ରତିଷ୍ଠାତା । ଯାହା ହେଉଛି ଏକ ଫିଲ୍ମ ନିର୍ମାଣକାରୀ ସଂସ୍ଥା । ତେବେ ସେ 'ଫିଲିପ୍ସ ଏବଂ ଦି ମଙ୍କି ପେନ୍'('Philips and The Monkey Pen') ପାଇଁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ନିର୍ମାତା ଭାବରେ କେରଳର ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.