ଅହମ୍ମଦାବାଦ: କରମଣ୍ଡଳ ଟ୍ରେନ ଦୁର୍ଘଟଣାକୁ ମାତ୍ର 2 ମାସ ପୂରଣ ହୋଇଛି । କାଳ ରାତିରେ ମୃତ୍ୟୁ ଆଣିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାର ସେ ଛାତିଥରା ଦୃଶ୍ୟକୁ ଏବେ ବି ଭୁଲି ନାହାନ୍ତି ଲୋକ । ଏହାରି ଭିତରେ ପୁଣି ଏକ ବଡ ଟ୍ରେନ ଦୁର୍ଘଟଣା ଘଟିବାକୁ ଯାଉଥିଲା । ଗୁଜୁରାଟ ଭଦୋଦରାରେ ଏକ ବଡ ଟ୍ରେନ ଟ୍ରାଜେଡି ଟଳି ଯାଇଛି । ଓଖା-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ ଓ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ବଡ ଦୁର୍ଘଟଣା ହେବାକୁ ବର୍ତ୍ତି ଯାଇଛି । କୁହାଯାଉଛି ଟ୍ରାକରେ ଟ୍ରେନ ଓଲଟାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ: 9 ଜୀବନ୍ତ ଦଗ୍ଧ, 20 ଆହତ
ଏହି ଘଟଣା ବର୍ଣ୍ଣାମା ଓ ଆଟୋଲା ରେଳ ଷ୍ଟେସନ ମଧ୍ୟରେ ଘଟିଥିବା ସୂଚନା ମିଳୁଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, କିଛି ଅଜଣା ବ୍ୟକ୍ତି ଟ୍ରାକରୁ ଟ୍ରେନ ଖସାଇବାକୁ କିଛି ପଥର ରଖିଥିଲେ । ସମୟ ପୂର୍ବରୁ କିଛି ଅଘଟଣ ଘଟିବା ପୂର୍ବରୁ ଖବର ମିଳିବା ପରେ ଦୁଇଟି ଏକ୍ସପ୍ରେସ ଟ୍ରେନକୁ ସୁରକ୍ଷିତ କରାଯାଇ ପାରିଛି । ଘଟଣା ନେଇ ଭଦୋଦରା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ରେଳ କର୍ତ୍ତୃପକ୍ଷ ପୋଲିସ ଏବଂ ଆଇପିଏଫଙ୍କ ସହଯୋଗରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ମହାନିର୍ଦ୍ଦେକ ରୋହନ ଆନନ୍ଦ ଘଟଣା ବିଷୟରେ ଅବଗତ ହୋଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ବୃତ୍ତଙ୍କ ଯୋଜନା ବିଷୟରେ ଆଗୁଆ ଖବର ମିଳିବା ପରେ ସେମାନଙ୍କ ଯୋଜନାକୁ ପଣ୍ଡ କରି ଦିଆଯାଇଥିଲା । ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଛି । ସୌଭାଗ୍ୟବସତଃ ଓଖା-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ ଓ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଏହା ବି ପଢନ୍ତୁ...Train Tragedy: ବାହାନଗା ବେଦନାକୁ ମାସେ, କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ
ଗତ ଅଗଷ୍ଟ 26 ତାରିଖରେ ମଦୁରାଇ ଷ୍ଟେସନ ନିକଟରେ ଟୁରିଷ୍ଟ ଟ୍ରେନରେ ଲାଗିଲା ନିଆଁ । ଏଥିରେ 9 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଗତ ଜୁନ 2 ତାରିଖରେ ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଥିଲା । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ୍ ଲାଇନରେ ଧକ୍କା ଦେଇଥିଲା । ଏହି ସମୟରେ ଟ୍ରାକରେ ଛିଟିକି ପଡିଥିବା କରମଣ୍ଡଳ ବଗିରେ ପିଟି ହୋଇଥିଲା ଯଶୋବନ୍ତପୁର ଏକ୍ସପ୍ରେସ । ଆର୍ତ୍ତନାଦ ଚିତ୍କାରରେ ଫାଟି ପଡ଼ିଥିଲା ଅଞ୍ଚଳ । ଏହି ଭୟଙ୍କର ଦୁର୍ଘଟଣାରେ 293 ଜଣଙ୍କର ମୃତ୍ୟୁ ହୋଇଥିଲା ।