ETV Bharat / bharat

Ahmedabad Accident: ଏମିତି ବି ଆସେ ମୃତ୍ୟୁ, ଦୁର୍ଘଟଣା ଦେଖୁଥିଲେ ପିଟିଲା କାର, 9 ମୃତ

author img

By

Published : Jul 20, 2023, 7:29 AM IST

Updated : Jul 20, 2023, 8:10 AM IST

ଗୁଜୁରାଟରେ ଭୟଙ୍କର ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇ ଆଉ ଏକ ଦୁର୍ଘଟଣା ଦେଖୁଥିବା ବେଳେ ଲୋକଙ୍କ ଉପରେ ମାଡିଗଲା କାର୍ । ୯ ମୃତ ଓ ୧୩ ଆହତ । ଅଧିକ ପଢନ୍ତୁ

ଗୁଜୁରାଟରେ ଭୟଙ୍କର ସଡକ ଦୁର୍ଘଟଣା
ଗୁଜୁରାଟରେ ଭୟଙ୍କର ସଡକ ଦୁର୍ଘଟଣା

ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦରେ ଭୟଙ୍କର ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇ ଦୁର୍ଘଟଣା ଦେଖୁଥିବା ବେଳେ ଲୋକଙ୍କ ଉପରେ ମାଡିଗଲା କାର୍ । ଆଖି ପିଛୁଳାକେ ଚାଲିଗଲା ୯ ଜୀବନ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଅହମ୍ମଦାବାଦ-ସର୍ଖେଜ-ଗାନ୍ଧୀନଗର ହାଇୱେର ଇସ୍କନ ମନ୍ଦିରରେ ପାଖରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ପ୍ରଥମେ ଏକ ଡମ୍ଫର ଓ ଥର୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହାକୁ ଦେଖିବାକୁ ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଥିଲେ । ଖବର ପାଇ ପୋଲିସ ମଧ୍ୟ ପହଞ୍ଚିଥିଲା । ଠିକ୍ ଏତିକି ବେଳେ ସେହି ବାଟରେ ଦ୍ରୁତଗତିରେ ଆସୁଥିବା ଏକ ଜାଗୁଆର କାର୍ ସେମାନଙ୍କ ଉପରେ ମାଡି ଯାଇଥିଲା ।

ପୋଲିସର ସୂଚନା ଅନୁସାରେ, କାର୍ ଧକ୍କାରେ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣ କନେଷ୍ଟବଳ ଅଛନ୍ତି । ବୁଧବାର ବିଳମ୍ବିତ ରାତ୍ରି ପ୍ରାୟ ୧ଟା ୧୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି । ଜାଗୁଆର କାର୍ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଲୋକେ ୨୦ରୁ ୨୫ ଫୁଟ୍ ଦୂରକୁ ଛିଟିକି ହୋଇ ପଡିଥିଲେ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ହସ୍ପିଟାଲରେ ଆଉ ୩ ଜଣ ଆଖି ବୁଜିଥିଲେ । କାର୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଏତେ ବଡ ଅଘଟଣ ଘଟିଯାଇଛି ।

ଏହାମଧ୍ୟ ପଢନ୍ତୁ: Transformer Explodes in Chamoli: ଅଳକାନନ୍ଦା ନଦୀକୂଳରେ ଫାଟିଲା ଟ୍ରାନ୍ସଫର୍ମର, ୧୬ ମୃତ

ଏସିପି ଏସଜେ ମୋଦି କହିଛନ୍ତି ଯେ, ମହିନ୍ଦ୍ରା ଥାର୍ ସର୍ଖେଜ-ଗାନ୍ଧୀନଗର ହାଇୱେରେ ଇସ୍କନ ବ୍ରିଜ ଆଡକୁ ଯାଉଥିବା ବେଳେ ଏକ ଡମ୍ଫର ସହ ପିଟି ହୋଇଥିଲା । ଏହା ଦେଖିବାକୁ ଅନେକ ଲୋକ ଘଟଣାସ୍ଥଳରେ ଭିଡ ଜମାଇଥିଲେ । ହେଲେ କିଏ ଜାଣିଥିଲା, ଦୁର୍ଘଟଣା ଦେଖିବାକୁ ଯାଇଥିବା ସେହି ଲୋକମାନଙ୍କ ସହ ଏତେ ବଡ ଦୁର୍ଘଟଣା ଘଟିଯିବ ବୋଲି । ଲୋକମାନେ ରାସ୍ତାରେ ରୁଣ୍ଡ ହୋଇଥିବା ବେଳେ ଅତି ଦ୍ରୁତଗତିରେ ଆସୁଥିବା ଏକ ଜାଗୁଆର କାର୍ ସମସ୍ତଙ୍କୁ ଜୋରରେ ଧକ୍କା ଦେଇ ମାଡି ଯାଇଥିଲା । ମୃତକମାନେ ବୋଟାଡ ଓ ସୁରେନ୍ଦ୍ରନଗର ଜିଲ୍ଲାର ହୋଇଥିବା ପରିଚୟ ମିଳିଛି । ସେମାନେ ଅହମ୍ମଦାବାଦରେ ରହି ପାଠ ପଢୁଥିଲେ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାଗୁଆର ଚାଳକ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2023, 8:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.