ETV Bharat / bharat

Lakhimpur Kheri violence: ବେଲ ଖାରଜ ପରେ ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା - କୋର୍ଟରେ ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା

କୋର୍ଟରେ ଆତ୍ମସମର୍ପଣ କଲେ ଲକ୍ଷୀମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା । ଗତ ସପ୍ତାହରେ ଜାମିନ ଖାରଜ କରିବା ସହ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

Lakhimpur Kheri violence: ବେଲ ଖାରଜ ପରେ ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା

author img

By

Published : Apr 24, 2022, 5:00 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଲକ୍ଷୀମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଆଜି (ରବିବାର) ଲକ୍ଷୀମପୁର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପରେ ଆଶିଷ ମିଶ୍ରଙ୍କୁ ପୁନର୍ବାର ଜେଲକୁ ପଠାଇବାକୁ CJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବହୁଚର୍ଚ୍ଚିତ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଆଶିଷଙ୍କୁ ଗିରଫ କରିଥିଲା ଏସଆଇଟି । କିଛି ଦିନ ଜେଲରେ ରହିବା ପରେ ଫେବୃଆରୀ 2022 ରେ ଆହ୍ଲାବାଦ ହାଇକୋର୍ଟରୁ ସେ ଜାମିନ ପାଇଥିଲେ । ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଦ୍ବାରା ତଦନ୍ତ ପ୍ରଭାବିତ ହେବା ଦର୍ଶାଇ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଆଶିଷଙ୍କ ଜାମିିନ ଖାରଜ କରିବା ପାଇଁ ପିଟିସନ ଦାଏର କରିଥିଲେ ମୃତ ଚାଷୀଙ୍କ ପରିବାର ବର୍ଗ ।

ଗତ ସପ୍ତାହରେ ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଆଶିଷଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ମିଳିଥିବା ଜାମିନ ଖାରଜ କରିବା ସହ ତାଙ୍କୁ ସପ୍ତାହକ ମଧ୍ୟରେ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦଇଥିଲେ । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଶିଷ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ନିର୍ଦ୍ଦେଶ ଅନୁସାରେ ପୁଣି ତାଙ୍କୁ ଜେଲକୁ ପଠାଇ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.