ETV Bharat / bharat

ସରକାରୀ ବଙ୍ଗଳା ଛାଡିବେ ନାହିଁ ମହୁଆ: ଦିଲ୍ଲୀ ହାଇକୋର୍ଟରେ କଲେ ଚ୍ୟାଲେଞ୍ଜ - ତୃଣମୂଳ କଂଗ୍ରେସ

Mahua Moitra moves Delhi HC: ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ଦିଲ୍ଲୀ ହାଇକୋର୍ଟ କଲେ ମହୁଆ । ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା କାରଣରୁ ଲୋକସଭା ସଚିବାଳୟ ନୋଟିସକୁ କଲେ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ

ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ଦିଲ୍ଲୀ ହାଇକୋର୍ଟ କଲେ ମହୁଆ

author img

By ETV Bharat Odisha Team

Published : Dec 18, 2023, 7:37 PM IST

ନୂଆଦିଲ୍ଲୀ: କ୍ବାସ ଫର କ୍ବାରୀ ମାମଲାରେ ସାଂସଦ ପଦ ହରାଇଥିବା ଟିଏମସି ନେତ୍ରୀ ମହୁଆ ମୋଇତ୍ରା ତାଙ୍କୁ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବା ନୋଟିସ ପାଇବା ପରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି । ତାଙ୍କ ସଭ୍ୟପଦ ରଦ୍ଦ କରାଯିବା ପରେ ତାଙ୍କୁ ବଙ୍ଗଳା ଖାଲି କରିବା ପାଇଁ ଲୋକସଭା ସଚିବାଳୟ ନୋଟିସ ଜାରି କରିସାରିଛି । ଜାନୁଆରୀ 7 ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମହୁଆ । ତାଙ୍କ ସଭ୍ୟପଦ ରଦ୍ଦ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଥିବା କାରଣରୁ ଏହି ନୋଟିସକୁ ଅବୈଧ ଦର୍ଶାଇ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ମହୁଆ । ମହୁଆଙ୍କ ଏହି ମାମଲା ମଙ୍ଗଳବାର ଶୁଣାଣି ହୋଇପାରେ ।

ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର 11 ତାରିଖରେ ଲୋକସଭା ସଚିବାଳୟ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି କରିଛନ୍ତି । ମହୁଆ କରିଥିବା ଆବେଦନରେ ଲୋକସଭା ସଚିବାଳୟର ନୋଟିସକୁ ଅବୈଧ ଦର୍ଶାଇଛନ୍ତି । ତାଙ୍କ ସଭ୍ୟପଦ ରଦ୍ଦ ମାମଲା ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଛି । କୋର୍ଟ ଏହି ମାମଲାରେ ଶୁକ୍ରବାର ପ୍ରଥମ ଶୁଣାଣି କରି ପରବର୍ତ୍ତୀ ତାରିଖ ଜାନୁଆରୀ 3କୁ ଧାର୍ଯ୍ୟ କରିଛନ୍ତି । ତେଣୁ କୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଅଥବା 2024 ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ମହୁଆଙ୍କୁ ସରକାରୀ ବଙ୍ଗଳାରେ ରହିବାକୁ ଅନୁମତି ଦେବାକୁ ଆବେଦନରେ ଦର୍ଶାଇଯାଇଛି ।

କ’ଣ କ୍ବାସ ଫାର କ୍ବାରୀ ମାମଲା ?

ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସିର ଏହି ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ଦୁବେ । ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ତଦନ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ :ଏହା ମଧ୍ୟ ପଢନ୍ତୁ :- ସଦାଚାର କମିଟି ରିପୋର୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ମହୁଆ, ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ହରାଇଛନ୍ତି ସାଂସଦ ପଦ

ଅଭିଯୋକାରୀ ସାଂସଦ ନିଶିକାନ୍ତ ଦୁବେ, ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରାହୀଙ୍କୁ ଏଥିକ୍ସ କମିଟି ଜେରା ମଧ୍ୟ କରିଥିଲା । ଏହା ପରେ କମିଟି ମହୁଆଙ୍କୁ ସଂସଦ ପଦରୁ ବରଖାସ୍ତ କରିବା ପାଇଁ ବାଚସ୍ପତିଙ୍କୁ ସୁପାରିଶ କରିଥିଲା । ଏହା ପରେ ସାଂସଦ ପଦ ହରାଇଛନ୍ତି ତୃଣମୂଳ କଂଗ୍ରେସର ଏହି ବରିଷ୍ଠ ନେତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.