ETV Bharat / bharat

ସରକାରୀ ବଙ୍ଗଳା ଛାଡିବାକୁ ନାରାଜ ମହୁଆ, ଦିଲ୍ଲୀ ହାଇକୋର୍ଟର ହେଲେ ଦ୍ବାରସ୍ଥ - Mahua Moitra case

Mahua Moitra case: ସରକାରୀ ବଙ୍ଗଳା ଖାଲି କରିବା ପାଇଁ ନାରାଜ ମହୁଆ ମୋଇତ୍ରା । ଆସିଲାଣି 3 ନୋଟିସ । ଦିଲ୍ଲୀ ହାଇକୋର୍ଟରେ କଲେ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ

ବଙ୍ଗଳା ଖାଲି କରିବା ନୋଟିସ ବିରୋଧରେ କୋର୍ଟ ଗଲେ ମୋଇତ୍ରା

author img

By ETV Bharat Odisha Team

Published : Jan 18, 2024, 7:29 PM IST

ନୂଆଦିଲ୍ଲୀ: ପଦ ହରାଇବା ପରେ ମଧ୍ୟ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନାରାଜ ଟିଏମସିର ପୂର୍ବତନ ସାଂସଦ ମହୁଆ ମୋଇତ୍ରା । ଏକାଧିକ ଥର ମହୁଆଙ୍କୁ ନୋଟିସ ଜାରି କରାଯାଇ ସାରିଛି । ଜାନୁଆରୀ 16ରେ ତାଙ୍କୁ ଘର ଖାଲି କରିବା ପାଇଁ ତୃତୀୟ ନୋଟିସ ଜାରି କରାଯାଇଥିଲା । ଏହାକୁ ସେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ପୂର୍ବରୁ ମଧ୍ୟ ସେ ପ୍ରଥମ ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଏହି ମାମଲା ପ୍ରତ୍ୟାହାର କରିନେଇଥିଲେ । ଏବେ ପୁଣି ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବହୁଚର୍ଚ୍ଚି ‘କ୍ୟାସ ଫର କ୍ବାରୀ’ ମାମଲାରେ ଗତବର୍ଷ ଡିସେମ୍ବର 8 ତାରିଖରେ ତାଙ୍କୁ ଭୋଟିଂ ମାଧ୍ୟମରେ ପଦରୁ ବହିଷ୍କୃତ କରାଯାଇଥିଲା । ଏହାପରେ ଜାନୁଆରୀ 7 ତାରିଖରେ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପ୍ରଥମ ନୋଟିସ୍‌ ଜାରି କରାଯାଇଥିଲା । ଏହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।

ତାଙ୍କ ସଭ୍ୟପଦ ରଦ୍ଦ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବାରୁ ତାଙ୍କୁ 2024 ସାଧାରଣ ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ ସରକାରୀ ବଙ୍ଗଳାରେ ରହିବାକୁ ଅନୁମତି ଦେବାକୁ ସେ ଆବେଦନରେ ଦର୍ଶାଇଥିଲେ । ପରେ ସେ ଇଷ୍ଟେଟ ଡିରେକ୍ଟୋରଏଟ ସହ ଆଲୋଚନା କରିବେ ବୋଲି ଦର୍ଶାଇ ମାମଲା ପ୍ରତ୍ୟାହାର କରିନେଇଥିଲେ । ତେବେ ପୁଣି ତାଙ୍କୁ ଚଳିତମାସ (ଜାନୁଆରୀ) 12 ତାରିଖରେ ଦ୍ବିତୀୟ ନୋଟିସ ଓ 16 ରେ ତୃତୀୟ ନୋଟିସ ଜାରି କରାଯାଇଥିଲା । ବଙ୍ଗଳା ଖାଲି କରିବାରେ ସହଯୋଗ ନକଲେ, ବଳ ପ୍ରୟୋଗ କରାଯିବା ନେଇ ନୋଟିସରେ ଚେତାବନୀ ମଧ୍ୟ ଦିଆଯାଇଥିଲା । ଏହା ବିରୋଧରେ ସେ ଏବେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 1990 ବାୟୁସେନା ଅଧିକାରୀ ହତ୍ୟା ମାମଲା: ୟାସିନ ମଲ୍ଲିକକୁ ଚିହ୍ନଟ କଲେ ପ୍ରତ୍ୟକ୍ଷଦର୍ଶୀ

ସୂଚନାଯୋଗ୍ୟ ଯେ, ବହୁଚର୍ଚ୍ଚିତ କ୍ୟାସ ଫର କ୍ବାରୀ ମାମଲାର ତଦନ୍ତ ବେଳେ ମହୁଆ ତାଙ୍କ ସଂସଦ ଓ୍ବେବ-ସାଇଟ ଲଗଇନ ଡିଟେଲ୍ସ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ଓ ଅନ୍ୟ କିଛି ସହଯୋଗୀଙ୍କ ସହ ସେୟାର କରିଥିବା ଜଣାପଡିଥିଲା । ଯେଉଁ ଆଧାରରେ ଲୋକସଭା ସଦାଚାର କମିଟି ମହୁଆଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କୁ ସୁପାରିଶ କରିଥିଲା । ସେହି ସୁପାରିଶ କ୍ରମେ ଶୀତ ଅଧିବେଶନରେ ଲୋକସଭାରେ ବାଚନିକ ଭୋଟିଂ ମାଧ୍ୟମରେ ମହୁଆଙ୍କୁ ବହିଷ୍କୃତ କରାଯାଇଥିଲା । ଯାହା ବିରୋଧରେ ସେ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.