ଚେନ୍ନାଇ: ପ୍ରାୟ ଏକ ବର୍ଷ ପୂର୍ବେ ସେପ୍ଟେମ୍ବର ୨୨, ୧୯୨୧ ମସିହାରେ ନିଜ ପାରମ୍ପରିକ ଗୁଜୁରାଟି ବେଶପୋଷାକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ସେହି ଦିନଠାରୁ ସେ ଜଣେ ଫକୀରଙ୍କ ଭଳି ଜୀବନ ଅତିବାହିତ କରିବା ଆରମ୍ଭ କଲେ । ଏହି ସମୟରେ ସେ ଯେଉଁ ଘରେ ରହୁଥିଲେ ବର୍ତ୍ତମାନ ତାକୁ ଖଦି ଏମ୍ପୋରିୟମ ଦଖଲ କରିଛି । ଗାନ୍ଧିଜୀଙ୍କ ଏଭଳି ନିଷ୍ପତ୍ତିରେ ସଭିଏଁ ଚକିତ ଥିଲେ । ଏହାର କାରଣ ଖୋଜିବାକୁ ଲାଗିଲେ । ଦେଶରେ ଥିବା ଗରିବଙ୍କଠାରୁ ନିଜକୁ ଭିନ୍ନ ରଖିବାକୁ ଚାହୁଁନଥିଲେ ଗାନ୍ଧୀ । ଉଦ୍ଦେଶ୍ୟ ଥିଲା ଗରିବଙ୍କ ଜୀବନଶୈଳୀ ଆପଣାଇବା ।
ଦିନେ ଗାନ୍ଧୀ କହିଥିଲେ ଯେ, "ମୋ ଭିତରେ ଆସୁଥିବା ପରିବର୍ତ୍ତନ ବିଭିନ୍ନ ଘଟଣାବଳୀ ସହ ଜଡ଼ିତ । ବହୁ ବିଚାରବିମର୍ଶ ପରେ ସମସ୍ତ ନିଷ୍ପତ୍ତି ନେଉଛି । ଯାହାଦ୍ବାରା ପରବର୍ତ୍ତୀ ସମୟରେ ମୋତେ ଅନୁତାପ କରିବାକୁ ପଡ଼ିବ ନାହିଁ । ପରିବର୍ତ୍ତନ ମୋ ଆୟତ୍ତରେ ନାହିଁ । ପୋଷାକୁ ନେଇ ମଦୁରାଇରେ ମୁଁ ପ୍ରଭାବିତ ହୋଇଥିଲି।"
ସେପ୍ଟେମ୍ବର ୨୧ ଓ ୨୨ ମଧ୍ୟରାତ୍ରିରେ ଗାନ୍ଧିଜୀଙ୍କ ମନରେ ପୋଷାକ ପରିବର୍ତ୍ତନ କରିବାକୁ ଚିନ୍ତା କଲେ । ଅଚାନକ ସେ ନିଜର ଗୁଜୁରାଟି ପୋଷାକକୁ ବାହାର କରିବାକୁ ଲାଗିଲେ । ଏହାପରେ ସେ ଧୋତି ଚିରି ଏହାକୁ ପିନ୍ଧି ପୁନଃ ଶୋଇ ପଡ଼ିଥିଲେ । ସେହି ସମୟରେ ସେ ଏହି ଗୃହରେ ହଁ ରହିଥିଲେ ।
କୌଣସି ପଦକ୍ଷେପ ନେବାକୁ ପୂର୍ବରୁ ଗାନ୍ଧିଜୀ ତାହାର ଅଭ୍ୟାସ କରୁଥିଲେ । ପ୍ରତ୍ୟେକ ବ୍ୟକ୍ତି ନିଜ ବସ୍ତ୍ର ନିଜେ ତିଆରି ପଦକ୍ଷେପ ସେଥିମଧ୍ୟରୁ ଗୋଟିଏ । ଏହି ନିଷ୍ପତ୍ତି ଗାନ୍ଧିଜୀଙ୍କୁ ସମ୍ମାନ ସହ କେତେ ଆଣି ଦେଇଥିଲା ସମସ୍ୟା । ରାଜା ଜର୍ଜଙ୍କ ତରଫରୁ ଗାନ୍ଧିଜୀଙ୍କୁ ବକିଂହାମ୍ ପ୍ୟାଲେସରେ ଏକ ଅନିଚ୍ଛାକୃତ ହାଇ ଟି' ପାଇଁ ନିମନ୍ତ୍ରଣ ରହିଥଲା । ଏହାସହ ବାପୁଙ୍କ ପୋଷାକ କୋର୍ଟର ପୋଷାକ ଶୈଳୀର ଅବମାନନା କରୁଥିଲା । ଲଣ୍ଡନର ଗୋଲ ଟେବୁଲ ବୈଠକରେ ମଧ୍ୟରେ ଗାନ୍ଧିଜୀ ଏକ ଲାଇଲନ କପଡ଼ା ଓ ଶାଲ୍ ପିନ୍ଧି ଯୋଗ ଦେଇଥିଲେ । ସେ ସନ୍ଦେଶ ଦେବାକୁ ଚାହୁଁଥିଲେ ଯେ ବ୍ରିଟେନ ଯୋଗୁଁ ଭାରତ ଜନତା ଗରିବ ଓ ଆଜି ବି ଅର୍ଦ୍ଧ ନଗ୍ନ ହୋଇ ରହିଛନ୍ତି ।
ଜଣଙ୍କ ପାଇଁ କେବେ ହେଲେ କୌଣସି ବୈଠକ କିମ୍ବ ନିୟମ ପରିବର୍ତ୍ତନ ହୋଇ ପାରିବ ନାହିଁ । କିନ୍ତୁ ନିୟମ ପରିବର୍ତ୍ତନ କରି ଦେଖାଇଥିଲେ । ଗୋଲ୍ ଟେବୁଲ ବୈଠକେ ବହୁ ବିତ୍ତିଶାଳୀ ସମାଜର ବ୍ୟକ୍ତିତ୍ବ ଯୋଗ ଦେଇଥିଲେ । ଏହାସତ୍ତ୍ବେ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନକୁ ପୋଷାକ ନିୟମକୁ ଭାଙ୍ଗିବାକୁ ପଡ଼ିଥିଲା । ବିଦେଶରେ ଭାରତର ଏହା ପ୍ରଥମ ବିଜୟ ଥିଲା ।
ଦ୍ବିତୀୟ ମଦୁରାଇ ଗସ୍ତ ବେଳେ ପଶ୍ଚିମ ମାସି ଗଳିରେ ଗାନ୍ଧିଜୀ ରହୁଥିଲେ । ସେହି ସମୟରେ ପୋଷାକ ପିନ୍ଧାକୁ ନେଇ ଏକ ବିପ୍ଲବ ଆଣିଥିଲେ । ଏନରୁଟ୍ ଠାରୁ କରାଇକୁଡି ପର୍ଯ୍ୟନ୍ତ ଲୋକଙ୍କୁ ପୋଷାକ ପରିବର୍ତ୍ତନ ବୁଝାଇଥିଲେ ଗାନ୍ଧିଜୀ । ଗାନ୍ଧିଜୀଙ୍କ ବେଶଭୁଷା ବ୍ରିଟିଶ ଶାସନ ବିରୋଧରେ ଏକ ରାଜନୈତିକ ସନ୍ଦେଶ ଦେଉଥିଲା । ଯାହାର ମୂଳଦୁଆ ମଦୁରାଇରୁ ପଡ଼ିଥିଲା ।
ଯେଉଁ ସ୍ଥାନରେ ଗାନ୍ଧିଜୀ ପ୍ରଥମ ଥର ଲଇଲନ କପଡ଼ାରେ ନଜର ଆସିଥିଲେ ତାହା ଆଜି ଗାନ୍ଧୀ ପୋଟ୍ଟାଲ ନାମରେ ପରିଚିତ । ଏହି ସ୍ଥାନରେ ପ୍ରଥମ ଥର ପାଇଁ ନୂଆ ବେଶଭୂଷାରେ ଗାନ୍ଧିଜୀ ନଜର ଆସିଥିବାରୁ ଏଠାରେ ତାଙ୍କର ଏକ ମୂର୍ତ୍ତି ମଧ୍ୟ ସ୍ଥାପନ ହୋଇଛି ମଦୁରାଇ କାମରଜାର ରୋଡ ଅଳଙ୍କାର ଥିଏଟର ପାଖରେ ଏହି ମୂର୍ତ୍ତି ରହିଛି ।
ବ୍ୟକ୍ତିଗତ ଜୀବନରେ ଗାନ୍ଧିଜୀଙ୍କ ଭିତରେ ପରିବର୍ତ୍ତନ ସ୍ବାଧୀନତା ସଂଗ୍ରାମରେ ଅନେକଙ୍କ ଉପରେ ଛାପ ଛାଡ଼ିଥିଲା । ବ୍ରିଟିଶ ଦ୍ରବ୍ୟକୁ ବୟକଟ୍ ଆନ୍ଦୋଳନ ସ୍ବାଧୀନତା ସଂଗ୍ରାମକୁ ଆହୁରି ଜୋରଦାର କରାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ