ETV Bharat / bharat

ଓଡ଼ିଶା-ଛତିଶଗଡ ସୀମାରୁ ୬୩ ଲକ୍ଷର ସୁନା ରୂପା ଅଳଙ୍କାର ଜବତ; ୫ ଗିରଫ - ଛତିଶଗଡ ବିଧାନସଭା ନିର୍ବାଚନ

ଓଡ଼ିଶା-ଛତିଶଗଡ ସୀମାରୁ ୬୩ ଲକ୍ଷର ସୁନା ରୂପା ଅଳଙ୍କାର ଜବତ । ଘଟଣାରେ ୫ ଜଣ ଗିରଫ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 11, 2023, 9:41 AM IST

ରାୟପୁର: ଓଡ଼ିଶା-ଛତିଶଗଡ ସୀମାରୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଛତିଶଗଡ ପୋଲିସ ଓଡ଼ିଶାର ୩ ଜଣଙ୍କ ସମେତ ରାୟପୁରର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଦୁଇଟି କାର ଯୋଗେ ସୁନା ରୂପା ଗହଣା ନେଇ ଓଡ଼ିଶାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲେ । ମହାସମୁନ୍ଦ ଜିଲ୍ଲାର କୋମଖାନା ଥାନା ଅଞ୍ଚଳରେ ଚେକିଂ ବେଳେ ପୋଲିସ ଗହଣାଗୁଡିକୁ ଜବତ କରିଛି ।

ଆସନ୍ତା ମାସ ୭ ତାରିଖରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ସାରା ରାଜ୍ୟରେ ଆଚାର ସଂହିତା ଲାଗୁ ହେବା ପରେ ସୀମାରେ ଚେକିଂ କଡ଼ାକଡ଼ି କରାଯାଇଛି । ଏହି କ୍ରମରେ ସୋମବାର କୋମାଖାନ ପୋଲିସ ଆନ୍ତଃରାଜ୍ୟ ଚେକ୍‌ ପୋଷ୍ଟ ଟେମରୀ ନାକା ନିକଟରେ ଗାଡିମୋଟର ଚେକିଂ କରୁଥିଲା । ଏହି ସମୟରେ ଓଡ଼ିଶା ଆଡୁ ଏକ ଡେଲିଭରି ଭ୍ୟାନ ଛତିଶଗଡ଼ ଆଡକୁ ଯାଉଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଥିଲା । ଗାଡ଼ିରେ ୨ ଜଣ ଲୋକ ବସିଥିଲେ । ପଚରାଉଚରା କରିବାରୁ ଦୁହେଁ ସନ୍ତୋଷମୂଳକ ଉତ୍ତର ଦେଇପାରି ନଥିଲେ । ତେଣୁ ସନ୍ଦେହରେ ପୋଲିସ ଗାଡି ଡିକି ଚେକିଂ କରିବାରୁ ଏକ ବ୍ୟାଗ୍‌ ମିଳିଥିଲା । ଉକ୍ତ ବ୍ୟାଗରେ ପ୍ରାୟ ୩୭.୬୦୦ କେଜିର ରୂପା ଅଳଙ୍କାର ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ପୋଲିସ ଅଳଙ୍କାର ଜବତ କରିବା ସହ ରାୟପୁରର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଏହାମଧ୍ୟ ପଢନ୍ତୁ: J&K: 300 କୋଟିର ନିଶାଦ୍ରବ୍ୟ ଜବତ, ଦୁଇ ପଞ୍ଜାବୀ ଯୁବକ ଗିରଫ

ସେହି ସ୍ଥାନରେ ପୁଣି ଚେକିଂ ବେଳେ ଓଡ଼ିଶା ପଟୁ ଆସୁଥିବା ଆଉ ଏକ କାରକୁ ପୋଲିସ ଅଟକ ରଖିଥିଲା । ଗାଡ଼ିରେ ୩ ଜଣ ଲୋକ ବସିଥିବା ବେଳେ ପଚରାଉଚରା ବେଳେ ପୋଲିସର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା । ଗାଡି ଡ଼ିକି ଯାଞ୍ଚ କରିବାରୁ ଏକ ପ୍ଲାଷ୍ଟିକ ବ୍ୟାଗରେ ୯୧୨ ଗ୍ରାମର ସୁନା ଅଳଙ୍କାର ଏବଂ ୧୧.୧୪୯ କେଜିର ରୂପା ସମେତ ୧ ଲକ୍ଷ ନଗଦ ଟଙ୍କା ମିଳିଥିଲା ।

ସନ୍ଦିଗ୍ଧମାନେ ଏହି ଅଳଙ୍କାର ସଂକ୍ରାନ୍ତରେ ପୋଲିସକୁ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ପୋଲିସ ସୁନା ଗହଣା ଓ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ହେପାଜତକୁ ନେଇଛି । ସୋନେ କଳାହାଣ୍ଡିର ଶଂଷୁରାମ ପଟେଲ, ମଳୟ କୁମାର ଏବଂ ନୂଆପଡା ଜିଲ୍ଲାର ବ୍ରଜମୋହନ ବୋଲି ପରିଚୟ ମିଳିଛି । ତେବେ ଦୁଇଟି ଯାକ ଗାଡିକୁ ଜବତ ଅଳଙ୍କାରର ମୂଲ୍ୟ ପ୍ରାୟ ୬୩ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ପୋଲିସ ଆୟକର ବିଭାଗକୁ ସୂଚୀତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.