ETV Bharat / bharat

ସୌର ଶକ୍ତି ଉତ୍ସ ପାଲଟିଛି ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ

author img

By

Published : Mar 3, 2021, 7:07 AM IST

ସୌର ଶକ୍ତିକୁ ବିଦ୍ୟୁତ ଶକ୍ତିର ବିକଳ୍ପ ଭାବରେ ଦେଖାଯାଉଛି। ବହୁତ କମ୍ ସ୍ଥାନରେ ଏହି ସୌର ଶକ୍ତି ବ୍ୟବହାର ହେଉଥିବା ଦେଖାଯାଏ। ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ ଏଭଳି ଏକ ଉଦାହରଣ ସୃଷ୍ଟି କରିଛି ଯାହା ଦ୍ବାରା ବିଦ୍ୟୁତ ଶକ୍ତିକୁ ନିଜେ ଉପଯୋଗ କରିବା ସହ ଅନ୍ୟଙ୍କୁ ବିକ୍ରି କରି ପାରୁଛି। ଅଧିକ ପଢ଼ନ୍ତୁ...

ସୌର ଶକ୍ତି ଉତ୍ସ ପାଲଟିଛି ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ
ସୌର ଶକ୍ତି ଉତ୍ସ ପାଲଟିଛି ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ

ଚଣ୍ଡିଗଡ଼: ଆଧୁନିକ କ୍ରାନ୍ତିକାରୀ ଯୁଗ ଏକବିଂଶ ଶତାବ୍ଦୀ । ଗତ ଏକ ଦଶକ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଛି ବିକାଶ । ଏହି ବିକାଶ ପାଇଁ ବ୍ୟବହୃତ ହେଉଥିବା ଉର୍ଜାର ବର୍ତ୍ତମାନ ଖୋଜା ଚାଲିଛି ବିକଳ୍ପ । ଏଭଳି ସ୍ଥିତିରେ ସୌର ଶକ୍ତିକୁ ସବୁଠାରୁ ଭଲ ଓ ଶସ୍ତା ବିକଳ୍ପ ଭାବରେ ବିବେଚନା କରାଯାଉଛି । ଆଉ ଏହି ସୌର ଉର୍ଜାକୁ ବ୍ୟବହାର କରି ହରିୟାଣା ସରକାରୀ ବିଶ୍ବ ବିଦ୍ୟାଳୟ ସୃଷ୍ଟି କରିଛି ଏକ ଉଦାହରଣ । ରୋହତକରେ ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ ଜ୍ୟାକ୍ସସନ ନାମକ କମ୍ପାନୀ ସହ ମିଶି କ୍ୟାମ୍ପସରେ ନିର୍ମାଣ କରିଛି 5 ଶହ କିଲୋ ୱାଟ୍ସର ଦୁଇଟି ବଡ଼ ପ୍ଲାଣ୍ଟ । ଏହାଦ୍ବାରା ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ କେବଳ ସୌର ଶକ୍ତିକୁ ବ୍ୟବହାର କରି ଖର୍ଚ୍ଚ ବଞ୍ଚାଉଛି ତାହା ନୁହେଁ ବରଂ ବିଦ୍ୟୁତ ବିକ୍ରି କରି ବେଶ ଭଲ ରୋଜଗାର ମଧ୍ୟ କରୁଛି ।

ସୋଲାର ପ୍ଲାଣ୍ଟ ଯୋଗୁଁ ବିଦ୍ୟୁତ ଶକ୍ତି କମ ଖର୍ଚ୍ଚ ହେବା ସହ ଇଲେକ୍ଟ୍ରିସିଟି ଲୋଡ ମଧ୍ୟ କମ ରହୁଛି । ଯେଉଁ ଦିନ ସୌରଶକ୍ତି କାର୍ଯ୍ୟରେ ଆସୁନି ସେହି ଦିନ ଆମେ ବିଦ୍ୟୁତ ଶକ୍ତିକୁ ହରିୟାଣା ବିଦ୍ୟୁତ ବିଭାଗକୁ ଟ୍ରାନ୍ସଫର କରାଯାଉଛି । ଫଳରେ ଏହି ବିଦ୍ୟୁତ ଶକ୍ତି ଅନ୍ୟ କାର୍ଯ୍ୟରେ ଆସି ପାରୁଛି ।

ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଗୁଲଶନ ଲାଲ ତନେଜାଙ୍କ କୁହନ୍ତି ଯେ, ବର୍ତ୍ତମାନ କ୍ୟାମ୍ପସରେ ଗୋଟିଏ ମେଗାୱାଟ୍ସର ସୋଲାର ପ୍ଲାଣ୍ଟ ନିର୍ମିତ ହୋଇଛି । ଆଗାମୀ ଦିନରେ ଆଉ ଏକ ବୃହତ ସୋଲାର ପ୍ଲାଣ୍ଟ ନିର୍ମାଣ କରିବାକୁ ରହିଛି ଯୋଜନା । ଯାହା ଫଳରେ ବିଶ୍ବ ବିଦ୍ୟାଳୟକୁ ବିଦ୍ୟୁତ ବିଭାଗ ନିକଟରୁ ବିଦ୍ୟୁତ କିଣିବାକୁ ପଡ଼ିବନି। ସବୁ ଛାତରେ ସୋଲାର ପ୍ଲାଣ୍ଟ ବସାଇବାକୁ ଏକ କମିଟି ଗଠନ ହୋଇଛି । ସୋଲାର ପ୍ୟାନେଲ ଲଗାଇବା ସମ୍ଭାବନା ଉପରେ ଗବେଷଣା କରୁଛି ଏହି କମିଟି।

ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇଛି । ଏହାସହ ସୋଲାର ପ୍ଲାଣ୍ଟରୁ ବି ଉତ୍ପନ୍ନ ହେଉଛି ବିଦ୍ୟୁତ । ବିଦ୍ୟୁତ ବିଭାଗ ପକ୍ଷରୁ ନିଆଯାଇଥିବା ବିଦ୍ୟୁତ ସଂଯୋଗରୁ 10 ହଜାର ୟୁନିଟ ଶକ୍ତି ଖର୍ଚ୍ଚ ହେଉଛି । ସୋଲାର ପ୍ଲାଣ୍ଟରୁ 12ହଜାର ୟୁନିଟ ବିଦ୍ୟୁତ ଉତ୍ପନ୍ନ ହେଉଛି । ବାକି ଥିବା 2 ହଜାର ୟୁନିଟ ତାର ଜରିଆରେ ବିଦ୍ୟୁତ ବିଭାଗକୁ ସପ୍ଲାଇ ଦିଆଯାଇଛି । ଦୁଇ ହଜାର ୟୁନିଟ ବିଦ୍ୟୁତ୍ ପାଇଁ ବିଲରୁ ପ୍ରାପ୍ୟ କାଟି ଦେଉଛି ବିଦ୍ୟୁତ ବିଭାଗ।

ସେପଟେ ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟର ଛାତ୍ର ମଧ୍ୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ସୌର ଶକ୍ତି ପ୍ୟାନେଲ ଲଗାଇଲେ ଖର୍ଚ୍ଚ ବଞ୍ଚିବ ଓ ଆମଦାନୀ ବି ହେବ । ଯାହା ଫଳରେ ବିଶ୍ବବିଦ୍ୟାଳୟର ବିକାଶରେ ଏହା ସହାୟକ ହୋଇ ପାରିବ। ଛାତ୍ରଛାତ୍ରୀଙ୍କୁ ଏହାଦ୍ବାର ବହୁ ସୁବିଧାସୁଯୋଗ ମିଳି ପାରିବ। ଏହାସହ ବିକାଶ କାର୍ଯ୍ୟରେ ହେଉଥିବା ଖର୍ଚ୍ଚରେ ଏହା ସହାୟକ ହୋଇ ପାରିବ।

ପ୍ରାକୃତିକ ଶକ୍ତିକୁ ବ୍ୟବହାର ବିଦ୍ୟୁତ ଉତ୍ପାଦନ କରି ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ ନେଇଛି କ୍ରାନ୍ତିକାରୀ ପଦକ୍ଷେପ। ଏହାଦ୍ବାରା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କିଛି ଶିକ୍ଷା ମିଳିବା ସହ ବିଦ୍ୟୁତ ବିଭାଗକୁ ମିଳୁଛି ସହାୟତା । ଅନ୍ୟ ଉପରେ ନିର୍ଭରଶୀଳ ହେବା ବଦଳରେ କ୍ୟାମ୍ପସର ବିକାଶ ପାଇଁ ବିଦ୍ୟୁତ ଉତ୍ପାଦନ କରି ଉଦାହରଣ ସାଜିଛି ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.