ETV Bharat / bharat

ଆଜି ମହାରାଷ୍ଟ୍ରରେ ମହା ଫୈସଲା: ସିନ୍ଦେ ଗୋଷ୍ଠୀର ୧୬ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବାଚସ୍ପତି

author img

By ETV Bharat Odisha Team

Published : Jan 10, 2024, 12:33 PM IST

Maharastra Politics: ଆଜି ମହାରାଷ୍ଟ୍ର ରାଜନୀତିରେ ମହାପରିବର୍ତ୍ତନ ଦେଖିବାକୁ ମିଳିପାରେ । ଶିବସେନା ବିଧାୟକଙ୍କ ସଦସ୍ୟତା ରବ୍ଦ ମାମଲାରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବେ ବିଧାନସଭା ବାଚସ୍ପତି ରାହୁଲ ନାର୍ୱେକର । ଅଧିକ ପଢନ୍ତୁ

ସରଗରମ ମହାରାଷ୍ଟ୍ର ରାଜନୀତି
ସରଗରମ ମହାରାଷ୍ଟ୍ର ରାଜନୀତି

ମୁମ୍ବାଇ: ସରଗରମ ମହାରାଷ୍ଟ୍ର ରାଜନୀତି । ଆଜି (ବୁଧବାର) ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ର ରାଜନୀତିକୁ ନେଇ ମହାନିଷ୍ପତି ଆସିପାରେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଶିବସେନାର 16 ଜଣ ବିଧାୟକଙ୍କ ବିରୋଧରେ ଆସିଥିବା ମାମଲାରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି ରାହୁଲ ନାର୍ୱେକର । ଏହି ନିଷ୍ପତି ଉପରେ କେବଳ ମହାରାଷ୍ଟ୍ର ନୁହେଁ ଉପରେ ସାରା ଦେଶର ନଜର ରହିଛି ।

ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ଅଜିତ ପାଓ୍ବାର, ନବ ନିର୍ବାଚିତ ପୋଲିସ ମହାନିର୍ଦ୍ଦେଶକ ରଶ୍ମୀ ଶୁକ୍ଳା, ମୁମ୍ବାଇ ପୋଲିସ କମିଶନର ବିବେକ ଫନସାଲକରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି 50 ମିନିଟ ଧରି ଏହି ବୈଠକ ଚାଲିଥିବା ଜଣାପଡିଛି ।

ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ଯକ୍ଷତାରେ କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଏହାପରେ ମୁଖ୍ୟମନ୍ତ୍ରୀ ପୂର୍ବ ଯୋଜନା ଅନୁଯାୟୀ, ଅପରାହ୍ନରେ ହିଙ୍ଗୋଳି ଗସ୍ତ କରିବେ । ତେବେ ଏହି ନିଷ୍ପତି 2 ଗୋଷ୍ଠୀ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏକନାଥ ସିନ୍ଦେ ସମେତ ତାଙ୍କ ସହଯୋଗୀ ବିଧାୟକ ଓ ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ବିଧାୟକମାନଙ୍କ ରାଜନୀତିକ ଭବିଷ୍ୟତ ନିର୍ଭର କରେ । ଯଦି ଏହି ନିଷ୍ପତି ସିନ୍ଦେଙ୍କ ବିପକ୍ଷରେ ଆସେ ତେବେ ରାଜ୍ୟରେ ସରକାର ଭାଙ୍ଗିଯିବାର ସମ୍ଭାବନା ରହିଛି ।ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ତାଙ୍କ ଗୋଷ୍ଠୀର 16 ବିଧାୟକଙ୍କ ସଦସ୍ୟତା ପଦ ରଦ୍ଧ ହୋଇପାରେ । ନିର୍ବାଚନ କମିଶନ ଦ୍ବାରା ତାଙ୍କ ଦଳକୁ ଦିଆଯାଇଥିବା ଦଳର ନାଁ ଓ ସଙ୍କେତ ମଧ୍ୟ ହରାଇ ପାରନ୍ତି ସିନ୍ଦେ । ଆଜିର ନିଷ୍ପତି ମହାରାଷ୍ଟ୍ରରେ ରାଜନୀତିରେ ମହାଅଧ୍ୟାୟ ଯୋଡିପାରେ ।

ଏହାମଧ୍ୟ ପଢନ୍ତୁ..Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

ଅନ୍ୟପଟେ ଯଦି ନିଷ୍ପତି ଉଦ୍ଧବ ଠାକରେଙ୍କ ବିରୋଧରେ ଯାଏ ତେବେ ଉଦ୍ଧବ ଠାକରେ ବି ଅଡୁଆରେ ପଡି ପାରନ୍ତି । ଉଦ୍ଧବ ଠାକରେ ଗୋଷ୍ଠୀର ବିଧାୟକମାନଙ୍କ ସଦସ୍ୟତା ପଦ ରଦ୍ଧ ହୋଇଯିବ । ଯଦି ସରକାର ଭାଙ୍ଗିଯାଏ ତେବେ ଏଭଳି ପରିସ୍ଥିତିରେ ରାଜ୍ୟପାାଳଙ୍କ ନିକଟରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ପଡିବ ନତେଚ ରାଜ୍ୟରେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଅନ୍ୟପଟେ 2 ଗୋଷ୍ଠୀ ରାହୁଲ ନାର୍ୱେକରଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟ ଯାଇପାରନ୍ତି ।

ଜୁନ 2022ରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର 40 ବିଧାୟକ ତତକାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶକ୍ତ ଧକ୍କା ଦେଇ ଦଳ ଛାଡିଥିଲେ । ଯାହାଫଳରେ ଦଳ 2 ଫାଳ ହୋଇଯାଇଥିଲା । ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଚାଲିଥିବା ମହାବିକାଶ ଅଘାଡି ସରକାର ଭାଙ୍ଗିଯାଇଥିଲା । ଏହାପରେ ଦଳ ବଦଳ ଆଇନ ଅନୁଯାୟୀ 2 ଦଳ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆବେଦନ କରାଯାଇଥିଲା । ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲା । ସୁପ୍ରିମକୋର୍ଟ ଏହି ମାମଲା ଦାୟିତ୍ୱ ବିଧାନସଭା ଅଧ୍ୟକ୍ଷଙ୍କୁ ଦେଇଛନ୍ତି ।

ଦୀର୍ଘ ଦିନର ଆଇନଗତ ଲଢେଇ ପରେ ଏହି ମାମଲାର ନିଷ୍ପତି 2023 ଡିସେମ୍ବର 31ରେ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବାଚସ୍ପତିଙ୍କ ଅନୁରୋଧ କ୍ରମେ ଏହାର ଅବଧି ବଢାଯାଇ 10 ଜାନୁଆରୀରେ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ତେବେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଆସିପାରେ । ଯାହାଉପରେ ପୁରା ଦେଶର ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.