ETV Bharat / bharat

ମହାରାଷ୍ଟ୍ରରେ ଅଣାୟତ ମହାମାରୀ, 24 ଘଣ୍ଟାରେ 25 ହଜାର ପାର ସଂକ୍ରମଣ

author img

By

Published : Mar 19, 2021, 8:38 PM IST

ମହାରାଷ୍ଟ୍ରରେ ଅଣାୟତ ହେଉଛି ମହାମାରୀ କୋରୋନା । କ୍ରମାଗତ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂଧ୍ୟାସୁଦ୍ଧା ଜାରି ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ 25 ହଜାରରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ହୋଇଛନ୍ତି ସଂକ୍ରମିତ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରରେ ଅଣାୟତ ମହାମାରୀ, 24 ଘଣ୍ଟାରେ 25 ହଜାର ପାର ସଂକ୍ରମଣ

ମୁମ୍ବାଇ: ମହାରାଷ୍ଟ୍ରରେ ଅଣାୟତ ହେଉଛି ମହାମାରୀ କୋରୋନା । କ୍ରମାଗତ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂଧ୍ୟାସୁଦ୍ଧା ଜାରି ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ 25 ହଜାରରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ହୋଇଛନ୍ତି ସଂକ୍ରମିତ । ଏହି ସମୟରେ 70 ଜଣଙ୍କର ହୋଇଛି ମୃତ୍ୟୁ । ରାଜ୍ୟରେ ଗୁରୁବାର 25 ହଜାର 833 ନୂଆ ମାମଲା ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରରେ ମୋଟ 24,22,021 ଜଣ କୋରୋନାରେ ସଂକ୍ରମିତ ହୋଇସାରିଲେଣି । ଏଥିରୁ 21,89,965 ଜଣ ସୁସ୍ଥ ହୋଇସାରିଲେଣି । ଅନ୍ୟପକ୍ଷେ ଏବେସୁଦ୍ଧା 53,208 ଜଣଙ୍କ ମୃତ୍ୟୁ ହୋଇଛି ।

ଆର୍ଥିକ ରାଜଧାନୀ ମୁମ୍ବାଇ ଏବେ କୋରୋନାର ହଟସ୍ପଟ ପାଲଟିଛି । ମୁମ୍ବାଇରେ ଆଜି ଗୋଟିଏ ଦିନରେ 3062 ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ଗତ ବର୍ଷ ମହାମାରୀ ଆରମ୍ଭ ହେବା ପରେ ଗୋଟିଏ ଦିନରେ ଏହା ସବୁଠୁ ସର୍ବାଧିକ ମାମଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.