ETV Bharat / bharat

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 63,294 ନୂଆ ଆକ୍ରାନ୍ତ, 349 ମୃତ

ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ 63 ହଜାର 2ଶହ 94 ନୂଆ ସଂକ୍ରମଣ ମାମଲା ରେକର୍ଡ । ଅଧିକ ପଢନ୍ତୁ...

author img

By

Published : Apr 11, 2021, 10:38 PM IST

ମହାରାଷ୍ଟ୍ରରେ ଗତ 24 ଘଣ୍ଟା 63,294 ନୂଆ ଆକ୍ରାନ୍ତ , 349 ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ 63ହଜାର 2ଶହ 94ନୂଆ ସଂକ୍ରମଣ ମାମଲା ରେକର୍ଡ ହୋଇଛି । ସେହିପରି ରାଜ୍ୟରେ ଗତ 24 ଘଣ୍ଟାରେ 349 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଆଜି ଗୋଟିଏ ଦିନରେ 34 ହଜାର 8 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ 34ଲକ୍ଷ 7 ହଜାର 2ଶହ 45 ଆକ୍ରନ୍ତ ହୋଇଥିବା ଜଣାପଡିଛି । ସେହିପରି ଆଜି ସୁଦ୍ଧା ରାଜ୍ୟରେ ମୋଟ 27 ଲକ୍ଷ 82 ହଜାର 161 ଜଣ ଆକ୍ରାନ୍ତ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 57ହଜାର 9ଶହ 87ରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ମଧ୍ୟ 5 ଲକ୍ଷ 65 ହଜାର ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ମଧ୍ୟ ସୂଚନା ରହିଛି । ତେବେ ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ପ୍ରଭାବ ମହାରାଷ୍ଟ୍ରରେ ସବୁଠୁ ଅଧିକ ରହିଛି । ସେହିପରି ରାଜ୍ୟରେ କୋଭିଡ ଗାଇଡଲାଇନକୁ କଡାକଡି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ସର୍ବଦଳୀୟ ବୈଠକ ବସିଥିଲା । ଆବଶ୍ୟକ ପଡିଲେ ରାଜ୍ୟରେ ପୁଣି ଥରେ ଲକଡାଉନ ଜାରି କରାଯିବା ନେଇ ସରକାର ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.