ETV Bharat / bharat

ମହାରାଷ୍ଟ୍ରକୁ ମିଳିଛି ସର୍ବାଧିକ ଅମ୍ଳଜାନ: ପୀୟୁଷ ଗୋୟଲ

author img

By

Published : Apr 18, 2021, 8:20 AM IST

ମହାରାଷ୍ଟ୍ରକୁ କେନ୍ଦ୍ର ସରକାର ଅଧିକ ଅମ୍ଳଜାନ ଯୋଗାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି । ଅଧିକ ପଢନ୍ତୁ,...

ମହାରାଷ୍ଟ୍ରକୁ ମିଳିଛି ସର୍ବାଧିକ ଅମ୍ଳଜାନ: ପୀୟୁଷ ଗୋୟଲ
ମହାରାଷ୍ଟ୍ରକୁ ମିଳିଛି ସର୍ବାଧିକ ଅମ୍ଳଜାନ: ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସବୁଠାରୁ ଅଧିକ ଅମ୍ଳଜାନ ସଂଗ୍ରହ କରିଛି । ମହାରାଷ୍ଟ୍ର ସରକାର ରାଜ୍ୟରେ ଅମ୍ଳଜାନ ପରିମାଣର ଅଭାବ ରହିଛି ବୋଲି ଅଭିଯୋଗ କରିବା ପରେ ଗୋୟଲ ଏହି ସୂଚନା ଦେଇଛନ୍ତି ।

  • Saddened to see @OfficeOfUT’s gimmicks on oxygen. GoI, with all stakeholders, is ensuring maximum oxygen production in India. We are currently producing 110% of Oxygen generating capacity and diverting all available Oxygen from industrial use to medical use.

    — Piyush Goyal (@PiyushGoyal) April 17, 2021 " class="align-text-top noRightClick twitterSection" data=" ">

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରତିଦିନ 2 ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅମ୍ଳଜାନର ଅଭାବ ଦେଖାଦେଇଛି । ଏଣୁ କେନ୍ଦ୍ର ସରକାର ଅମ୍ଳଜାନ ଅଭାବ ଥିବା ରାଜ୍ୟକୁ ଅମ୍ଳଜାନ ପ୍ରେରଣ କରୁଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଏହି ରାଜ୍ୟକୁ ଅଧିକ ଅମ୍ଳଜାନ ପଠାଯାଇଥିବା ମନ୍ତ୍ରୀ କହିଛନ୍ତି । ଦେଶରେ ସବୁ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଅଧିକ ଅମ୍ଳଜାନ ସଂଗ୍ରହ କରିଛି । କେନ୍ଦ୍ର ସରକାର ଅମ୍ଳଜାନ ଅଭାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ମଧ୍ୟ କରୁଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ଅମ୍ଳଜାନ ପଠାଯାଉଛି ବୋଲି ଗୋୟଲ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

ତେବେ ଅମ୍ଳଜାନ ଅଭାବ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ସରକାର ରାଜନୀତି କରୁଛନ୍ତି । ଏଭଳି ହୀନ ରାଜନୀତିକୁ ନେଇ ଗୋୟଲ ଦୁଃଖପ୍ରକାଶ କରିବା ସହିତ ପ୍ରତିଦିନ ଏଭଳି ଲଜ୍ଜାଜନକ ରାଜନୀତି ବନ୍ଦ କରି ଦାୟିତ୍ବବାନ ହେବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିଛନ୍ତି । କୋରୋନା ମହାମାରୀ କବଳରେ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ରାଜ୍ୟବାସୀଙ୍କୁ ସହାୟତା ଯୋଗାଇବା କେନ୍ଦ୍ର ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଏପରି ପରିସ୍ଥିତିରେ ମହାରାଷ୍ଟ୍ର ସରକାର ନିଜ ଦାୟିତ୍ବ ଅନୁସରଣ କରିବା ଉଚିତ ବୋଲି ଗୋୟଲ କହିଛନ୍ତି ।

ସୂଚନା ଥାଉ କି ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଠାକରେ ରାଜ୍ୟରେ ମେଡିକାଲ ଅମ୍ଳଜାନ, ଶଯ୍ୟା ଓ ରେମଡେସିଭିର ଟିକା ଯୋଗାଇବା ପାଇଁ ଦାବି କରିଥିଲେ । ଏହି ସବୁ ଜିନିଷର ଅଭାବ ଥିବାରୁ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି ବୋଲି କହିଥିଲେ । ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 67 ହଜାର 123 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 419 ଜଣଙ୍କର ମୃ୍ତ୍ୟୁ ଘଟିଛି । ଏହାସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 47 ହଜାର 933ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.