ETV Bharat / bharat

ମହାରାଷ୍ଟ୍ର ରତ୍ନଗିରିରେ ୪.୦ ତୀବ୍ରତାର ଭୂକମ୍ପ ଝଟକା - ମହାରାଷ୍ଟ୍ର ଭୂକମ୍ପ

ମହାରାଷ୍ଟ୍ର ଉପକୂଳବର୍ତ୍ତୀ ରତ୍ନଗିରିରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ନ୍ୟାସନାଲ ସେସମୋଲୋଜି ସେଣ୍ଟର ତରଫରୁ ସୂଚନା ।

ମହାରାଷ୍ଟ୍ର ରାତ୍ନଗଗିରିରେ ୪.୦ ତୀବ୍ରତାର ଭୂକମ୍ପ ଝଟକା

author img

By

Published : Nov 15, 2021, 9:01 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଭୂକମ୍ପ ଝଟକା । ମହାରାଷ୍ଟ୍ର ଉପକୂଳବର୍ତ୍ତି ରତ୍ନଗିରିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ତରଫରୁ ସୂଚନା ମିଳିଛି ।

ଏହାର ଗଭୀରତା ୫କିଲୋମିଟର ହୋଇଥିବା ବେଳେ କେନ୍ଦ୍ରସ୍ଥଳ ମୁମ୍ବାଇ ଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ରତ୍ନଗିରି ଜିଲ୍ଲାରେ ଅନୁଭୂତ ହୋଇଥିଲା । ରାତି ପ୍ରାୟ ୨.୩୬ ମିନିଟରେ ଏବି ଭୂକମ୍ପ ହୋଇଥିବା କହିଛନ୍ତି NCSର ହେଡ ଜେଏଲ ଗୌତମ । ତେବେ ଏଥିରେ କ୍ଷୟକ୍ଷତି ନେଇ କୈଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

ତେବେ ଏହା ପୂର୍ବରୁ ଅକ୍ଟୋବର ୩୧ରେ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ୪.୩ ତିବ୍ରତାର ଭୂକମ୍ପ ହୋଇଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.