ETV Bharat / bharat

Maharashtra Political Crisis: ତାମିଲନାଡୁ ସ୍ଥିତି ଆଣିପାରିବେ କି ଉଦ୍ଧବ?

author img

By

Published : Jun 25, 2022, 10:38 PM IST

ଅତୀତରେ ଯାହା ଦେଖିବାକୁ ମିଳିଥିଲା ତାମିଲନାଡୁରେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ. ପନ୍ନିରସେଲଭମ । ହେଲେ ଶଶୀକାଳଙ୍କ ଚକ୍ରାନ୍ତ ପରେ ମୁଖ୍ୟମନ୍ତ୍ରୀରୁ ବହିଷ୍କୃତ ହୋଇଥିଲେ ସେ । ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ କେ ପଲାନିସ୍ବାମୀ । ଅଧିକ ପଢନ୍ତୁ

Maharashtra Political Crisis
Maharashtra Political Crisis

ମୁମ୍ବାଇ: ମହାରାଷ୍ଚ୍ର ରାଜନୀତିକୁ ନେଇ ଜାରି କ୍ଷମତା ଲଢେଇ । କଣ ଏକନାଥ ସିନ୍ଧେ କ୍ଷମତା ଛଡାଇ ଆଣିବେ ନା ଉଦ୍ଧବ କ୍ଷମତା ବଜାୟ ରଖିବେ? ଏହି ପ୍ରଶ୍ନର ଉତ୍ତର ଏବେ ସାରା ଦେଶ ଖୋଜୁଛି ।

କାରଣ ସମ୍ବିଧାନର ନିୟମ ଅନୁସାରେ ଶିବସେନାକୁ ଅଧିକାର ଶିବସେନାକୁ ବିଭାଜନ କରି ସରକାର ପତନ କରିବାକୁ ହେଲେ ଏକନାଥଙ୍କୁ ଦୁଇ ତୃତୀୟାଶଂ ବିଧାୟକ ଆବଶ୍ୟକ । ଏହାସହ ବିଧାନସଭାରେ ଦଳର ମୁଖ୍ୟଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଗତ କରିବାକୁ ପଡିବ । ଯଦି ଏହା କରିନପାରନ୍ତି ତେବେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ବିରୋଧରେ ଦଳ ବଦଳ ଆଇନ କାର୍ଯ୍ୟକାରୀ ହେବ । ଏହାସହ ସେମାନେ ସଭ୍ୟ ପଦ ହରାଇବେ ।

ଅତୀତରେ ଯାହା ଦେଖିବାକୁ ମିଳିଥିଲା ତାମିଲନାଡୁରେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ପନ୍ନିରସେଲଭମ । ହେଲେ ଶଶୀକାଳଙ୍କ ଚକ୍ରାନ୍ତ ପରେ ମୁଖ୍ୟମନ୍ତ୍ରୀରୁ ବହିଷ୍କୃତ ହୋଇଥିଲେ ସେ । ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ କେ ପଲାନିସ୍ବାମୀ । ହେଲେ ତାଙ୍କ ଚୌକି ମଧ୍ୟ ଅସୁରକ୍ଷିତ ହୋଇପଡିଥିଲା । କାରଣ ଦଳ ବିରୋଧୀ କାର୍ଯ୍ୟ ପାଇଁ ଶଶୀକଳା ଓ ତାଙ୍କ ପୁତୁରାଙ୍କୁ ଦଳରୁ ବହିଷ୍କୃତ ହୋଇଥିଲେ । ହେଲେ ଶଶୀକଳାଙ୍କ ପୁତୁରା ଟିଟିଭି ଦିନାକରନ 18 ଜଣ ବିଧାୟକଙ୍କୁ ନେଇଥିଲେ ନିଜ ସପକ୍ଷରେ । ଏହାସହ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ଦାବି କରିଥିଲା । ଯାହାକୁ ନେଇ ବେଶ କିଛି ଦିନ ରାଜ୍ୟ ରାଜନୀତି ହଲଚଲ ରହିଲା । ପରେ ବିଦ୍ରୋହୀ ବିଧାୟକ ମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ହୋଇଥିଲା । ବାଚସ୍ପତି ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ପରେ ମାମଲା କୋର୍ଟ ଯାଇ ପହଞ୍ଚିଥିଲା । ହେଲେ କୋର୍ଟଙ୍କ ହସ୍ତକ୍ଷେପରେ ସରକାର ପୂର୍ଣ୍ଣକାର୍ଯ୍ୟକାଳ ଶାସନ କରିଥିଲା ।

ଯାହାର ସମାନ ସ୍ଥିତି ଏବେ ମହାରାଷ୍ଟ୍ର ରାଜନୀତିରେ ହେଉଛି । ଏଠି ମଧ୍ୟ ଲମ୍ବା ସମୟ ଧରି ଟଣା ଓଟରା ହେବା ନିଶ୍ଚିତ । କାରଣ 21 ଜୁନରେ ଶିବସେନାର ବିଦ୍ରୋହୀ ବିଧାୟକ ଉପବାଚସ୍ପତିଙ୍କୁ ଚିଠି ଲେଖି ସେମାନଙ୍କର ନେତା ଏକନାଥ ସିନ୍ଧେ ବୋଲି ଉପସ୍ଥାପନା କରିଛନ୍ତି । ଅନ୍ୟପଟେ ଏକନାଥଙ୍କୁ ଶିବସେନା ବିଧାୟକ ଦଳ ନେତା ପଦରୁ ବହିଷ୍କୃତ କରିଛି । ଏନେଇ ଦୁଇଟି ପ୍ରସ୍ତାବ ଶିବସେନା ପକ୍ଷରୁ ବାଚସ୍ପତିଙ୍କୁ ଦିଆଯାଇଛି । ଏପରି ସ୍ଥଳେ ଶିବସେନାର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

କାରଣର ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏବେ କୌଣସି ସ୍ଥିତିରେ ଉଦ୍ଧବଙ୍କ ଗୋଷ୍ଠୀକୁ ଫେରିବାକୁ ଚାହୁଁନାହାଁନ୍ତି । ବିଦ୍ରୋହୀ ଗୋଷ୍ଠୀ ହିନ୍ଦୁତ୍ବ ଏଜେଣ୍ଡାକୁ ନେଇ ଏବେ କୌଣସି ପଛଘୁଞ୍ଚା ଦେବାକୁ ଚାହାଁନାହାଁନ୍ତି । ଦଳ ଯେଉଁ ଭଳି ଭାବେ ବିଜେପି ସହିତ ନିର୍ବାଚନ ଲଢି ମେଣ୍ଟ ପ୍ରତ୍ୟାହାର କଲା କାହାକୁ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି ଏହି ବିଦ୍ରୋହୀ ବିଧାୟକ ମାନେ ।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରୀ ବାସଭବନ ବର୍ଷା ଛାଡି ନିଜସ୍ବ ବାସଭବନ ସ୍ଥାନାନ୍ତର ହୋଇଛନ୍ତି । ଏହାସହ ରାଜନୈତିକ ଲଢେଇ ପାଇଁ ପ୍ରତି ମୁହୁର୍ତ୍ତର ବୈଠକ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.