ମୁମ୍ବାଇ: ବିଭିନ୍ନ ରାଜ୍ୟରେ ଜାନୁୟାରୀ 31ରେ ଆରମ୍ଭ ହୋଇଛି ପଲ୍ସ ପୋଲିସ ଅଭିଯାନ। ଯେଉଁଥିରେ ଲକ୍ଷାଧିକ ଶିଶୁଙ୍କ ପାଟିରେ ପଡିଛି ପୋଲିଓ ବୁନ୍ଦା। ହେଲେ ଏହି ସମୟରେ ମହାରାଷ୍ଟ୍ରର ଯୱତମାଲ ଜିଲ୍ଲାରୁ ଏକ ବଡଧରଣର ଅଘଟଣ ସାମ୍ନାକୁ ଆସିଛି। ଯେଉଁଠି ପୋଲିସ ଦୁଇ ବୁନ୍ଦା ଦେବା ବଦଳରେ ଶିଶୁଙ୍କ ପାଟିରେ ପଡିଛି ସାନିଟାଇଜର ଡ୍ରପ୍।
ସମସ୍ତ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ ଶିଶୁ ମାନଙ୍କ ଅବସ୍ଥା ସ୍ଥିର ରହିଛି। ଟିକା ନେଇଥିବା ସମସ୍ତ ଶିଶୁଙ୍କ ବୟସ 5 ବର୍ଷରୁ କମ ହେବ। ଏହାସହ ଅବହେଳା ପାଇଁ 3 ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଯୱତମାଲ ଜିଲ୍ଲା ପରିଷଦର ସିଇଓଙ୍କ କହିବା ଅନୁସାରେ 5 ବର୍ଷରୁ କମ 12 ଜଣ ଶିଶୁ ପୋଲିଓ ଟିକା ନେବା ପରେ ସମସ୍ତଙ୍କ ବାନ୍ତି ସହ ମୁଣ୍ଡ ବୁଲାଇ ଅସୁସ୍ଥ ହୋଇପଡିଥିଲେ।