ETV Bharat / bharat

କୋରୋନା କବଳରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Maharashtra health minister tests positive for corona
ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ
author img

By

Published : Feb 19, 2021, 6:52 AM IST

ମୁମ୍ବାଇ: ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ ଯୋଗେ ଗୁରୁବାର ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ରିପୋର୍ଟ ପଜିଟଭି ଆସିଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ବୋଲେ ଟ୍ବିଟରେ ଲେଖିଛନ୍ତି । ତେବେ ସେ ଖୁବଶୀଘ୍ର ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋରୋନା ପରୀକ୍ଷଣ କରିବାକୁ ସେ କହିଛନ୍ତି । ସେ ନିଜ ଟ୍ବିଟରରେ ମରାଠୀ ଭାଷାରେ ନିଜ କୋରୋନା ଆକ୍ରାନ୍ତ ସଂପର୍କରେ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ରରେ ବର୍ତ୍ତମାନେ 5427ଟି ନୂଆ କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ଗତ 24 ଘଣ୍ଟାରେ 38 ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ସୂଚନା ମିଳିଛି । ଏହାସହିତ ଗତ 24 ଘଣ୍ଟା ମଧ୍ୟରେ 2543 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ 81 ହଜାର 520ରେ ପହଞ୍ଚିଥିବା ବେଳେ 19 ଲକ୍ଷ 87 ହଜାର 804 ଜଣ ସୁସ୍ଥ ହୋଇଛନ୍ତି । ସେପଟେ ସକ୍ରିୟ ମାମଲା 40 ହଜାର 858 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 51 ହଜାର 669ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.