ETV Bharat / bharat

ଅର୍ଣ୍ଣବ ଗୋସ୍ବାମୀ ଗିରଫ ଘଟଣାକୁ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କ ନିନ୍ଦା

ରିପବ୍ଲିକ ନ୍ୟୁଜ ଚ୍ୟାନେଲ ମୁଖ୍ୟ ସ କେନ୍ଦ୍ରମନ୍ତ୍ରୀ ଜାଭେଦକରମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ର ପୋଲିସର ଗିରଫ ଘଟଣା । ମହାରାଷ୍ଟ୍ର ସରକାରଙ୍କ ଏଭଳି କାର୍ଯ୍ୟନୁଷ୍ଠାନକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର । ଅଧିକ ପଢନ୍ତୁ...

ଜରୁରୀକାଳିନ ପରସ୍ଥିତି ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ ଜାଭେଦକର

author img

By

Published : Nov 4, 2020, 11:40 AM IST

ନୂଆଦିଲ୍ଲୀ: ରିପବ୍ଲିକ ନ୍ୟୁଜ ଚ୍ୟାନେଲ ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ର ପୋଲିସର ଗିରଫ ଘଟଣା । ବିନା ନୋଟିସରେ ସାମ୍ବାଦିକଙ୍କ ଘରେ ପଶି ଜୋର ଜବରଦୋସ୍ତ ଉଠାଇ ନେଇଛି ପୋଲିସ । ଯାହାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସେ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରିଛନ୍ତି ।

ମହାରାଷ୍ଟ୍ରରେ ସାମ୍ବାଦିକଙ୍କ ସହିତ ଏପରି କରିବା ଠିକ ହୋଇନାହିଁ । 11975 ମସିହାରେ ମଧ୍ୟ ଏହି ପରି ଭାବରେ ସାମ୍ବାଦିକଙ୍କ ସ୍ବାଧୀନତା ଛଡାଇ ନିଆଯାଇଥିଲା ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ବିଟ କରି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଅର୍ଣ୍ଣବ ଗୋସ୍ବାମୀଙ୍କ ସମର୍ଥନରେ ବାହାରିଛନ୍ତି ।

  • मुंबई में प्रेस-पत्रकारिता पर जो हमला हुआ है वह निंदनीय है। यह इमरजेंसी की तरह ही महाराष्ट्र सरकार की कार्यवाही है। हम इसकी भर्त्सना करते हैं।@PIB_India @DDNewslive @republic

    — Prakash Javadekar (@PrakashJavdekar) November 4, 2020 " class="align-text-top noRightClick twitterSection" data=" ">

ସେପଟେ, ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ଆଇନକୁ ଅନୁସରଣ କରି କାମ କରୁଛି । ପୋଲିସ ଯାହାଙ୍କୁ ବି ଗିରଫ କରିଛି ପ୍ରମାଣ ସହ ଗିରଫ କରିଛି । ମହାରାଷ୍ଟ୍ର ସରକାର କାହାକୁ ଉଦ୍ଦେଶ୍ୟମୂଳକ ତଥା ପ୍ରତିଶୋଧମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ କହିଛନ୍ତି, ମହାରାଷ୍ଟ୍ରରେ ସାମ୍ବାଦିକଙ୍କ ସ୍ବାଧୀନତାକୁ ଛଡାଇବାକୁ ଚେଷ୍ଟା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.