ETV Bharat / bharat

ଲତା ମଙ୍ଗେଶକର ମେମୋରିଆଲ ପ୍ରତିଷ୍ଠା କରିବେ ମହାରାଷ୍ଟ୍ର ସରକାର

author img

By

Published : Feb 9, 2022, 10:47 PM IST

କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେଶକରଙ୍କ ନାମରେ ପ୍ରତିଷ୍ଠା ହେବ ମେମୋରିଆଲ । 1,200 କୋଟି ଟଙ୍କା ଖର୍ଚ୍ଚ କରିବେ ମହାରାଷ୍ଟ୍ର ସରକାର । ମେମୋରିଆଲରେ ରହିବ ବିଶ୍ବସ୍ତରୀୟ ସଙ୍ଗୀତ ଏକାଡେମୀ । ଅଧିକ ପଢନ୍ତୁ

ଲତା ମଙ୍ଗେଶକର ମେମେରିଆଲ ପ୍ରତିଷ୍ଠା କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ତାଙ୍କ ନାଁରେ ଏକ ସ୍ମାରକୀ ନିର୍ମାଣ କରିବ ମହାରାଷ୍ଟ୍ର ସରକାର । ଏନେଇ ଉଦ୍ଧବ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ପ୍ରାୟ 1,200 କୋଟି ଟଙ୍କା ବ୍ୟୟରେ ଏହି ଭବ୍ୟ ସ୍ମାରକୀ ନିର୍ମିତ ହେବା ନେଇ ପ୍ରାଥମିକ ଭାବେ ଚିନ୍ତା କରାଯାଉଛି । ଏହି ସ୍ମାରକୀଟି 2.5 ଏକର ଜମିରେ ମୁମ୍ବାଇର କାଲିନାରେ ନିର୍ମାଣ ହେବାକୁ ଥିବାବେଳେ ଏଥିରେ ମୁଖ୍ୟ ଆକର୍ଷଣ ରହିବ ଏକ ଅନ୍ତର୍ଜାତୀୟ ସ୍ତରର ମ୍ୟୁଜିକ୍ ଏକାଡେମୀ ।

ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଲତା ମଙ୍ଗେଶକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମାରକୀ ନିର୍ମାଣ କରିବାକୁ ବିଜେପି ଦାବି କରିଥିଲା । ତେବେ ଏହି ପ୍ରସଙ୍ଗରେ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି କହିଛି ଶାସକ ଶିବସେନା । ଲତା ମଙ୍ଗେଶକରଙ୍କ ଫେବୃଆରୀ 6 ତାରିଖରେ 92 ବର୍ଷ ବୟସରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଥିଲା ।

ତେବେ ଲତାଙ୍କୁ ପ୍ରସିଦ୍ଧ ଶିବାଜୀ ପାର୍କରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବହୁ ବଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.