ETV Bharat / bharat

Maha Politcal Crisis: ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ - ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ

ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶୀୟାରି । ଜୁନ୍‌ ୨୨ ତାରିଖରୁ ୨୪ ତାରିଖ ମଧ୍ୟରେ ପାରିତ ହୋଇଥିବା ସମସ୍ତ ସରକାରୀ ପ୍ରସ୍ତାବ ବିଷୟରେ ବିସ୍ତୁତ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ । ଅଧିକ ପଢ଼ନ୍ତୁ

Maha Politcal Crisis: ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ

author img

By

Published : Jun 28, 2022, 5:38 PM IST

ମୁମ୍ବାଇ: ରାଜନୈତିକ ସଙ୍କଟ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶୀୟାରି । ଜୁନ୍‌ ୨୨ ତାରିଖରୁ ୨୪ ତାରିଖ ମଧ୍ୟରେ ପାରିତ ହୋଇଥିବା ସମସ୍ତ ସରକାରୀ ପ୍ରସ୍ତାବ ବିଷୟରେ ବିସ୍ତୁତ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ । ଏହି ୩ ଦିନ ମଧ୍ୟରେ ବିକାଶ କାର୍ଯ୍ୟ ନାମରେ ୧୦୦ କୋଟିରୁ ଅଧିକ ଅର୍ଥ ମଞ୍ଜୁର ହୋଇଛି ।

ଏହାକୁ ନେଇ ରାଜ୍ୟପାଳ ରିପୋର୍ଟ ତଲବ କରିବାକୁ ଅପିଲ୍‌ କରିଥିଲେ ବିରୋଧୀ ନେତା ପ୍ରବୀଣ ଦରେକର । ଏହାକୁ ନେଇ ସେ ବିଧିବଦ୍ଧଭାବରେ ଏକ ଚିଠି ଲେଖିଥିଲେ । ବର୍ତ୍ତମାନ ଜୁନ୍‌ ୨୨ ତାରିଖରୁ ୨୪ ତାରିଖ ମଧ୍ୟରେ ସମସ୍ତ ପ୍ରସ୍ତାବକୁ ନେଇ ମଞ୍ଜୁର ହୋଇଥିବା ଅର୍ଥ ବିଷୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ରାଜନୈତିକ ସଙ୍କଟ ମଧ୍ୟରେ ଅନିୟନ୍ତ୍ରିତ ଭାବରେ ଅର୍ଥ ମଞ୍ଜୁରକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିରୋଧୀ ନେତା ପ୍ରବୀଣ ଦରେକର । ଏହି ୩ ଦିନ ମଧ୍ୟରେ ପ୍ରାୟ ୧୬୦ଟି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ତେବେ କେଉଁ ବିକାଶ କାର୍ଯ୍ୟ ଓ କେଉଁ ପରିସ୍ଥିତ ଏତେ ଅର୍ଥ ମଞ୍ଜୁର ହୋଇଛି ତାହାକୁ ନେଇ ତଥ୍ୟ ଦେବାକୁ କହିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ । ତେବେ ଏହାଦ୍ବାରା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ସମସ୍ୟା ଦ୍ବିଗୁଣିତ ହୋଇ ପାରେ ବୋଲି ଆଲୋଚନା ହେଉଛି ।

କାରଣ ଯେଉଁସବୁ ଅର୍ଥ ମଞ୍ଜୁର କରାଯାଇଛି, ତାହା କଂଗ୍ରେସ କିମ୍ବା NCP ନେତାଙ୍କ ହାତରେ ଥିବା ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି । ସାଧାରଣତଃ ଏଭଳି ଅର୍ଥ ମଞ୍ଜୁରୀ ମହା ଅଘାଡ଼ି ସରକାର ସମୟରେ ଦେଖା ଯାଇନଥିଲା ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.