ମୁମ୍ବାଇ: ଅଣାୟତଃ ହେଉଛି କୋରୋନା । ମହାରାଷ୍ଟ୍ରରେ ମହାମାରୀର ସ୍ଥିତି ସଙ୍ଗୀନ ରହିଛି । କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ବାଦଶ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର ।
ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ କହିବାନୁଯାୟୀ, ଦ୍ବାଦଶ ବୋର୍ଡ ପରୀକ୍ଷା ମେ ଶେଷ ଓ ଦଶମ ପରୀକ୍ଷାର ନୂଆ ତାରିଖ ପରେ ଘୋଷଣା କରାଯିବ । ତେବେ ସିବିଏସଇ, ଆଇସିଏସଇ ବୋର୍ଡର ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ମଧ୍ୟ ମହାରାଷ୍ଟ୍ର ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
କୋରୋନା ଭାଇରସର ଦ୍ରୁତ ସଂକ୍ରମଣ ହେତୁ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ଲକଡାଉନ ଉପରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ରାଜ୍ୟରେ ଲକଡାଉନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରୀ କର୍ମଚାରୀ, ଟାସ୍କଫୋର୍ସ, ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ସହ ବୈଠକ କରୁଛନ୍ତି । ଅର୍ଥ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିବେ । ଏହି ପ୍ରସଙ୍ଗରେ ସେ କ୍ୟାବିନେଟ ବୈଠକ କରିବେ ବୋଲି ମଧ୍ୟ ସମ୍ଭାବନା ରହିଛି ।