ETV Bharat / bharat

ମହାରାଷ୍ଟ୍ରରେ 18 ରୁ 45 ବର୍ଷ ମଧ୍ୟରେ ସମସ୍ତଙ୍କୁ ମାଗଣା ଟିକା - free corona vaccine

ମହାରାଷ୍ଟରେ 18 ରୁ 45 ବର୍ଷ ମଧ୍ୟରେ ଲୋକଙ୍କୁ ଦିଆଯିବ ମାଗଣା କରୋନା ଟିକା । ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ମହାରାଷ୍ଟ୍ରରେ 18 ରୁ 45 ବର୍ଷ ମଧ୍ୟରେ ସମସ୍ତଙ୍କୁ ମାଗଣା ଟିକା

author img

By

Published : Apr 25, 2021, 6:19 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ତାଣ୍ଡବ ରଚିଛି ମହାମାରୀ କରୋନା । ଅଣାୟତ୍ତ ହେଲାଣି କରୋନା ସ୍ଥିତି । ଦିନପ୍ରତିଦିନ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ରାଜ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ମାଗଣା ଟିକା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏଥିପାଇଁ ସରକାର ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ।

ରାଜ୍ୟରେ 18 ରୁ 45 ବର୍ଷ ମଧ୍ୟରେ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ। ଟୀକାକରଣ ଅଭିଯାନ ଆରମ୍ଭ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ। ନାଗରିକଙ୍କ ପ୍ରତି ସରକାର ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ବୋଲି କହିଛନ୍ତି ନବାବ ମଲିକ । ଦେଶରେ ଦୁଇଟି ଟିକା ଅଛି। କେନ୍ଦ୍ର ସରକାରଙ୍କୁ 150 ଟଙ୍କାରେ କୋଭିସିଲ୍ଡ ଟିକା ଉପଲବ୍ଧ ହେବ ଏବଂ ରାଜ୍ୟମାନଙ୍କୁ ଏଥି ପାଇଁ 400 ଟଙ୍କା ଦେବାକୁ ପଡିବ।

ଏଥି ସହିତ କେନ୍ଦ୍ର ସରକାରଙ୍କୁ 150 ଟଙ୍କା ମୂଲ୍ୟରେ କୋଭାକ୍ସିନ୍ ମଧ୍ୟ ଦିଆଯାଉଛି ଏବଂ ଏହାର ମୂଲ୍ୟ ରାଜ୍ୟ ପାଇଁ 600 ଟଙ୍କା ଧାର୍ଯ୍ୟ କରାଯାଇଛି। ଘରୋଇ ସଂସ୍ଥାଗୁଡ଼ିକୁ ଯଥାକ୍ରମେ 600 ଏବଂ 1200 ଟଙ୍କାରେ ଉଭୟ ଟିକା ଦିଆଯିବ। ସେ କହିଛନ୍ତି ଯେ ଟୀକାକରଣର ମୂଲ୍ୟ ସମାନ ହେବା ଉଚିତ୍। ଆମେ ମହାରାଷ୍ଟ୍ରରେ ବ୍ୟାପକ ଟୀକାକରଣ ଅବିଜାନ କରିବୁ ଯାହା ଦ୍ବାରା ରାଜ୍ୟ କରୋନାରୁ ମୁକ୍ତ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.