ETV Bharat / bharat

ଆଜି ମହାରାଷ୍ଟ୍ରରେ ଦୈନିକ ସର୍ବାଧିକ ଟୀକାକରଣ ରେକର୍ଡ - ଦୈନିକ ସର୍ବାଧିକ ଟୀକାକରଣ

ଆଜି(ଶନିବାର) ମହାରାଷ୍ଟ୍ର ଦୈନିକ ସର୍ବାଧିକ 7 ଲକ୍ଷ ଟୀକାକରଣ କରି ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ....

ଆଜି ମହାରାଷ୍ଟ୍ରରେ ଦୈନିକ ସର୍ବାଧିକ ଟୀକାକରଣ ରେକର୍ଡ

author img

By

Published : Jun 26, 2021, 10:07 PM IST

ମୁମ୍ବାଇ: କୋରୋନା ମହାମାରୀରେ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ପ୍ରଭାବିତ ହେଉଛି ମହାରାଷ୍ଟ୍ର । ମହାମାରୀର ପ୍ରଥମ, ଦ୍ବିତୀୟ ଲହର ପରେ ସମ୍ଭାବ୍ୟ ତୃତୀୟ ଲହର ଭ୍ୟାରିଆଣ୍ଟ ଡେଲଟା ପ୍ଲସରେ ମଧ୍ୟ ଅଧିକ ସଂକ୍ରମିତ ହୋଇଛି ରାଜ୍ୟ । ସେପଟେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଟୀକାକରଣ ଜାରି ରହିଥିବା ବେଳେ ଆଜି(ଶନିବାର) ଦୈନିକ ସର୍ବାଧିକ 7 ଲକ୍ଷରୁ ଊର୍ଦ୍ଧ୍ବ ଟୀକାକରଣ ହୋଇଥିବା ରେକର୍ଡ କରାଯାଇଛି ।

ଶନିବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 7 ଲକ୍ଷ 2 ହଜାର 432 ଡୋଜ ଟିକା ଦିଆଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ପ୍ରଦୀପ ବ୍ୟାସ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3 କୋଟି 9 ଲକ୍ଷ 79 ହଜାର 469 ଟୀକାକରଣ ହୋଇଛି । ଏହାସହିତ ରାଜ୍ୟରେ କୋଭିଡ ମହାମାରୀ ଲଢେଇ ବିରୋଧରେ ଆହୁରି ଏକ ମାଇଲଷ୍ଟୋନ ଛୁଇଁଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି । ଗତ ଶୁକ୍ରବାର ମହାରାଷ୍ଟ୍ର ଏକମାତ୍ର ରାଜ୍ୟ ଭାବେ ଦେଶରେ 3 କୋଟି ଟୀକାକରଣକୁ ପାର କରିଛି ।

ତଥାପି ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଶନିବାର ରାଜ୍ୟରେ 9812 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 8752 ଜଣ ସୁସ୍ଥ ହୋଇଛନ୍ତି ଓ 179 ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ସୁସ୍ଥହାର 95. 93 ପ୍ରତିଶତରେ ପହଞ୍ଚିଥିବା ବେଳେ 57 ଲକ୍ଷ 81 ହଜାର 551 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 1 ଲକ୍ଷ 21 ହଜାର 251ଟି ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.