ମୁମ୍ବାଇ: ମହାରାଷ୍ଟ୍ରରେ ଧରି ଧିରେ କମୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଚା ମଧ୍ୟରେ ରାଜ୍ୟରେ 51 ହଜାର 800 ନୂଆ ମାମଲା ସାମ୍ୱାକୁ ଆସିଛି । ସୋମବାର 50 ହଜାରରୁ ମଧ୍ୟ କମ ମାମଲା ସାମ୍ନାକୁ ଆସିଥିଲା । ହେଲେ ମୃତ୍ୟୁ ସଂଖ୍ୟା ଅପରିବର୍ତ୍ତିତ ରହିଛି ।
ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 891 ଜଣଙ୍କର ହୋଇଛି ମୃତ୍ୟୁ । ସେପଟେ ମୁମ୍ବାଇରେ ମଙ୍ଗଳବାର କୋରୋନାର 2 ହଜାର 554 ନୂଆ ମାମଲା ସାମ୍ନାକୁ ଆସିଛି । ଆଉ 24 ଘଣ୍ଟା ମଧ୍ୟରେ 62 ଲୋକଙ୍କର ହୋଇଛି ମୃତ୍ୟୁ ।
ସେପଟେ ଭାରତରେ କୋରୋନାର ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏହି ଭାଇରସର ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି ।