ETV Bharat / bharat

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ - disaster in moharastra

ମହାରାଷ୍ଟ୍ରରେ ବର୍ଷା ବିତ୍ପାତରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କଲେ ମହାରାଷ୍ଟ୍ର୍ର ମୁଖ୍ୟମନ୍ତ୍ରୀ

author img

By

Published : Jul 24, 2021, 6:53 PM IST

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ସ୍ଥିତି ସଙ୍ଗୀନ ରହିଛି । ପ୍ରବଳ ବର୍ଷା ଓ ବନ୍ୟାରେ ମାଟି ଅତଡା ଧସି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୩୬ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣା ପଡିଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାଦ ଅଞ୍ଚଳରେ ଉଦ୍ଧବ ପହଞ୍ଚି ସେଠାକାର ସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ତଦାରଖ କରିଥିବା ଜଣାପଡିଛି ।

ସେହିପିର ରାୟଗଡ ଜିଲ୍ଲାରେ ଭୁସ୍ଖଳନ ଫଳରେ ୩୬ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ରୁ ଊର୍ଦ୍ଧ୍ବ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସ୍ଥିତି ସମୀକ୍ଷା ପରେ ଉଦ୍ଧବ କହିଛନ୍ତି ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ରାଶି ଯୋଗାଇ ଦିଆଯିବ । ସେହପରି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ଆଗାମୀ ୩ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବର୍ଷା ଲାଗି ରହିବା ନେଇ ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ । ଏନେଇ ସ୍ଥାନୀୟ ପ୍ରଶାସନକୁ ମମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର । ସୁରକ୍ଷା ବଳ ଉଦ୍ଧାର ଓ ରିଲିଫ ପହଞ୍ଚାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.