ETV Bharat / bharat

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେଲେ ୧୮ ବିଧାୟକ

author img

By

Published : Aug 9, 2022, 11:28 AM IST

Updated : Aug 9, 2022, 1:43 PM IST

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ(Maharashtra Cabinet expansion) । ମୁମ୍ବାଇର ରାଜ ଭବନରେ ମନ୍ତ୍ରୀପଦର ଶପଥ ନେଉଛନ୍ତି ଉଭୟ ଗୋଷ୍ଠୀର ୧୮ ବିଧାୟକ । ଅଧିକ ପଢନ୍ତୁ

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେଉଛନ୍ତି ବିଧାୟକ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ(Maharashtra Cabinet expansion) ହୋଇଛି । ମୁମ୍ବାଇର ରାଜ ଭବନରେ ଦିନ ୧୧ଟା ସମୟରେ ଆରମ୍ଭ ହୋଇଥିଲା ଏହି ଶପଥ ଗ୍ରହଣ ଉତ୍ସବ । ମନ୍ତ୍ରୀ ପଦର ଶପଥ ନେଇଛନ୍ତି ୧୮ ବିଧାୟକ । ବିଜେପିର ୯ ବିଧାୟକ ଓ ସିନ୍ଦେଙ୍କ ଗୋଷ୍ଠୀର ୯ ବିଧାୟକ ଶପଥ ନେଇଛନ୍ତି । ସିନ୍ଦେଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ବିଧାୟକଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶଓ୍ବାରୀ ଶପଥପାଠ କରାଇଛନ୍ତି । ଏକନାଥ ସିନ୍ଦେଙ୍କ ନେତୃତ୍ବରେ ମହାରାଷ୍ଟ୍ରରେ ସରକାର ଗଠନକୁ ୪୦ ଦିନ ବିତିବା ପରେ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ପୂର୍ବରୁ କେବଳ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

ଶପଥ ନେଇଥିବା ୧୮ ନୂଆ ମନ୍ତ୍ରୀ

ରାଧାକୃଷ୍ଣ ବିଖେ ପାଟିଲ, ସୁଧୀର ମୁଙ୍ଗନ୍ତୀୱର, ଚନ୍ଦ୍ରକାନ୍ତ ପାଟିଲ, ବିଜୟକୁମାର ଗାଭିଟ, ଗିରିଶ ମହାଜନ, ଗୁଲାବରାବ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋଡ, ସୁରେଶ ଖାଡେ, ସନ୍ଦୀପମ ଭୁମେର, ଉଦୟ ସାମନ୍ତ, ତନଜୀ ସାୱନ୍ତ, ରବୀନ୍ଦ୍ର ଚୌହ୍ବାନ, ଅବଦୁଲ ସତାର, ଦିପକ କେସରକର, ଅତୁଲ ସାବେ, ସମୁରାଜ ଦେସାଇ, ମଙ୍ଗଲ ପ୍ରଧାନ ଲୋଡା ।

ଏନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ''ଆଜି ଆମ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହୋଇଛି । ଆଜିଠାରୁ ଆମେ କାମ ଆରମ୍ଭ କରିବୁ, ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗରେ କାମ ଆରମ୍ଭ କରିବେ। ଏହା ହେଉଛି ଏକ ଛୋଟ ମନ୍ତ୍ରୀମଣ୍ଡଳ । ଏହା ପରେ ବାକି ମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଗଠନ କରାଯିବ'' ।

Last Updated : Aug 9, 2022, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.