ହାଇଦ୍ରାବାଦ: ତେଲେଙ୍ଗାନାରେ ଭୂକମ୍ପ ଝଟକା । ତେଲେଙ୍ଗାନାର କାଶୀନଗର ଠାରୁ ୪୫ କିମି ଉତ୍ତର-ପୂର୍ବରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି ।
ତେବେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୨.୦୩ ରେ ଏହି ଭୁକମ୍ପ ଅନୁଭୂତ ହୋଇଛି । ତୀବ୍ରତା କମ ଥିବାରୁ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମଧ୍ୟ ନଥିବା ଜଣାପଡିଛି ।
@ANI