ETV Bharat / bharat

ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

author img

By ETV Bharat Odisha Team

Published : Dec 3, 2023, 12:18 PM IST

Madhyapradesh Assembly Election Result 2023: ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବ । ପ୍ରାରମ୍ଭିକ ଟ୍ରେଣ୍ଡରେ ରାଜ୍ୟରେ ବିଜେପି ଆଗୁଆ ରହିଛି । ଏନେଇ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜାଣନ୍ତୁ ।

Madhyapradesh Assembly Election Result 2023
ମଧ୍ୟ ପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ

ଭୋପାଳ: ଆଜି ଆସିବ ମଧ୍ୟପ୍ରଦେଶ ଜନାଦେଶ । ଏମପିରେ ଆଗାମୀ 5 ବର୍ଷ ପାଇଁ କିଏ ସରକାର ଗଢିବ ଏହାର ଫଇସଲା ଆଉ କିଛି ଘଣ୍ଟା ପରେ ହୋଇଯିବ । ଟ୍ରେଣ୍ଡରେ ମଧ୍ୟପ୍ରଦେଶରେ ବିଜେପି ଆଗୁଆ ରହିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ରାଜ୍ୟରେ ବିଜେପି 154 ଆସନରେ ଆଗୁଆ ରହିଛି । ଏନେଇ ବିଜେପି ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଛି । ମୋଦିଜୀ ଏମପିର ମନରେ ରହିଛନ୍ତି । ଏମପି ମୋଦିଜୀଙ୍କ ମନରେ ରହିଛି ବୋଲି କହିଛନ୍ତି ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ରାଜ୍ୟରେ ବିଜେପି ଆଗୁଆ ରହିଛି । ଏହାକୁ ନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ''ମୋଦିଜୀ ଏମପିର ମନରେ ରହିଛନ୍ତି । ଏମପି ମୋଦିଜୀଙ୍କ ମନରେ ରହିଛି । ମୋଦିଙ୍କ ପ୍ରତି ଲୋକଙ୍କର ଅସୀମ ଶ୍ରଦ୍ଧା ଓ ପ୍ରଗାଢ ବିଶ୍ବାସ ରହିଛି । ଏଠାରେ ସେ ଯେଉଁ ଜନସଭା କରୁଥିଲେ ଅପିଲ କରିଥିଲେ ତାହା ଲୋକଙ୍କ ହୃଦୟକୁ ଛୁଇଁଛି । ଏହା ପରିମାଣର ପ୍ରମୁଖ କାରଣ । ଡବଲ ଇଞ୍ଜିନର ସରକାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଯେଉଁ କାର୍ଯ୍ୟ ହୋଇଥିଲା ସେହି କାମକୁ ଏଠାରେ କାର୍ଯ୍ୟକାରୀ ହୋଇଛି । ଏଠାରେ ହୋଇଥିବା ଯୋଜନା, ଗରିବ ଓ ଚାଷୀଙ୍କ ପାଇଁ ଯେଉଁ କାମ ହୋଇଛି ତାହା ଜନତାଙ୍କ ହୃଦୟକୁ ଛୁଇଁଛି । ମଧ୍ୟପ୍ରଦେଶ ପରିବାର ହୋଇଛି । ଅମିତ ଶାହଙ୍କ ରଣନୀତି, ଜେପି ନଡ୍ଡାଙ୍କ ମାର୍ଗ ଦର୍ଶନ ଓ ସଂଗଠନର କର୍ମକର୍ତ୍ତାଙ୍କ ପରିଶ୍ରମ ବଳରେ ଏହି ପରିଣାମ ମିଳିଛି । ଏହା ନିର୍ବାଚନ ଅଭିଯାନକୁ ଗତି ଦେଇଛି । ଜନତାଙ୍କ ଭଲ ପାଇବା ଦେଖିବାକୁ ମିଳିଥିଲା । ଲାଡଲି ବେହେନା ବିଜେପିକୁ ଶକ୍ତି ଦେଇଛି । ମୁଁ ଆଗରୁ କହିଥିଲି ମଧ୍ୟପ୍ରଦେଶରେ ବିଜେପି ବହୁମତ ପାଇବ ।''

ଦଳୀୟ କାର୍ଯ୍ୟାଳୟରେ ସେଲିବ୍ରେସନ: ମଧ୍ୟପ୍ରଦେଶରେ 230 ଆସନରେ ଭୋଟ ଗଣତି ଜାରି ରହିଛି । ଏକଜିଟ ପୋଲରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ ବୋଲି ଆକଳନ କରିଥିବା । ରିପୋର୍ଟ ଲେଖାହେବା ସୁଦ୍ଧା ମଧ୍ୟପ୍ରଦେଶରେ ବିଜେପି 154 ଆସନରେ ଆଗୁଆ ରହିଛି । କଂଗ୍ରେସ 72ଟି ଆସନରେ ଆଗୁଆ ରହିଛି । ବିଜେପି ଆଗୁଆ ଥିବାରୁ ସେଲିବ୍ରେସନ ଆରମ୍ଭ କରିଛନ୍ତି କର୍ମକର୍ତ୍ତା । ଦଳୀୟ କାର୍ଯ୍ୟାଳୟରେ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ।

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶର 129 ଆସନରେ ଆଗରେ ବିଜେପି, ଛିନ୍ଦୱାଡରେ ଆଗୁଆ କମଲନାଥ

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର

ପ୍ରକାଶ ଥାଉ କି ମଧ୍ୟ ପ୍ରଦେଶରେ 230 ଆସନ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ରାଜ୍ୟରେ 52ଟି ଜିଲ୍ଲା କାର୍ଯ୍ୟାଳୟରେ ଭୋଟ ଗଣତି ଜାରି ରହିଛି । ବିଜେପି ଓ କଂଗ୍ରେସ ସମେତ ମୋଟ 2533 ପ୍ରାର୍ଥୀଙ୍କର ପରୀକ୍ଷା ଫଳ ବାହାରିବ । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ ଏମାନଙ୍କ ଭାଗ୍ୟ ସିଲ ହୋଇଥିଲା । ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ବୁଥ ବାହୁଡା ଆକଳନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.