ETV Bharat / bharat

ଆଡଭାନୀଙ୍କ ଉକ୍ତିକୁ ଦୋହରାଇଲେ ରାହୁଲ, ମଧ୍ୟ ପ୍ରଦେଶକୁ BJP-RSS ର ପ୍ରକୃତ ପ୍ରୟୋଗଶାଳା କହି କଲେ ଟାର୍ଗେଟ - ମଧ୍ୟ ପ୍ରଦେଶରେ ରାହୁଲ ଗାନ୍ଧୀ

ଆଡଭାନୀଙ୍କ ‘ଗୁଜୁରାଟ ନୁହେଁ, ମଧ୍ୟ ପ୍ରଦେଶ ବିଜେପିର ପ୍ରୟୋଗଶାଳା’ ଉକ୍ତିକୁ ଦୋହରାଇ ଶିବରାଜ ସିଂ ସରକାରକୁ ରାହୁଲଙ୍କ କଡା ଟାର୍ଗେଟ । ଦୁଷ୍କର୍ମ ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବର୍ଷିଲେ । ଅଧିକ ପଢନ୍ତୁ

BJP-RSS ର ପ୍ରକୃତ ପ୍ରୟୋଗଶାଳା ଗୁଜୁରାଟ ନୁହେଁ ମଧ୍ୟ ପ୍ରଦେଶ: ରାହୁଲ ଗାନ୍ଧୀ

author img

By ETV Bharat Odisha Team

Published : Oct 10, 2023, 9:31 PM IST

ଭୋପାଳ: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କଂଗ୍ରେସଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ଆଜି ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବିଜେପି ଓ ଏହାର ମୂଳ ଆଦର୍ଶବାଦ ସଂଗଠନ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ଟାର୍ଗେଟ କରିଛନ୍ତି । ବର୍ଷିୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କର ଏକ ପୁସ୍ତକର ଉକ୍ତିକୁ ଉଦ୍ଧୃତ କରି ରାହୁଲ କହିଛନ୍ତି, ମଧ୍ୟ ପ୍ରଦେଶ ହିଁ ଭାରତୀୟ ଜନତା ପାର୍ଟିର ପ୍ରକୃତ ପ୍ରୟୋଗଶାଳା, ଗୁଜୁରାଟ ନୁହେଁ । ଏଠି ମୃତ ଲୋକଙ୍କୁ ମଧ୍ୟ ଚିକିତ୍ସା କରି ସେମାନଙ୍କ ଟଙ୍କା ମଧ୍ୟ ଲୁଟାଯିବାର ପ୍ରୟୋଗ କରାଯାଇପାରେ । ମଧ୍ୟ ପ୍ରଦେଶ ବ୍ୟତୀତ ଅନ୍ୟ କେଉଁଠାରେ ମୃତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯିବାର ଉଦାହରଣ ମିଳିବ ନାହିଁ । ବିଜେପିର ଏହି ଲାବୋରଟୋରୀରେ ଭଗବାନ ଶିବଙ୍କଠାରୁ ମଧ୍ୟ ଚୋରି ହେବା ସମ୍ଭବ ବୋଲି କଟାକ୍ଷରେ ରାହୁଲ କହିଥିଲେ ।

ଆଜି ଶାହଦୋଲ ଜିଲ୍ଲାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ ରାଜ୍ୟର ଏକାଧିକ ପ୍ରସଙ୍ଗ ଉଠାଇ ରାହୁଲ ଶାସନରେ ଥିବା ଶିବରାଜ ସରକାରକୁ ଟାର୍ଗେଟ କରିଥିଲେ । ରାଜ୍ୟରେ ବ୍ୟାପମ୍‌ ଦୁର୍ନୀତି (Vyapam scam) ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାର କରିଦେଇଛି । ଏହି ଦୁର୍ନୀତି ଫଳରେ ରାଜ୍ୟରେ ଏକ କୋଟି ଯୁବପିଢ଼ିଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଛି । ମେଡ଼ିକାଲ ଶିକ୍ଷା ପାଇଁ ଏମବିବିଏସ୍‌ ସିଟ୍‌ ବିକ୍ରି କରାଯାଉଛି । ପଟ୍ଟଓ୍ବାରୀ ଚାକିରି ଖଣ୍ଡେ ପାଇଁ ମଧ୍ୟ 15 ଲକ୍ଷ ଟଙ୍କାର ଲାଞ୍ଚ ଦେବାକୁ ପଡ଼ୁଛି । ବିଜେପି ନେତାଙ୍କ ଭାଷାରେ ମଧ୍ୟ ପ୍ରଦେଶ ହେଉଛି ଦଳର ପ୍ରୟୋଗଶାଳା । ଏଠି ସେମାନଙ୍କ ଦଳର ନେତା ଆଦିବାସୀଙ୍କ ଉପରେ ପରିସ୍ରା କଲେ । ରାଜ୍ୟରେ ପ୍ରତିଦିନ ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ରାହୁଲ କହିଛନ୍ତି ।

ରାଜ୍ୟରେ ଗତ 18 ବର୍ଷରେ 18 ହଜାର କୃଷକଙ୍କ ପ୍ରାଣ ଯାଇଛି । ଏବେ ମଧ୍ୟ ପ୍ରତ୍ୟେକ ଦିନ ବିଜେପିର ଏହି ପ୍ରୟୋଗଶାଳା ରାଜ୍ୟରେ ହାରାହାରି 3 ଜଣ କୃଷକ ଜୀବନ ହାରୁଛନ୍ତି । ଏପରିକି ଚାଷରେ ବ୍ୟବହୃତ କୀଟନାଶକରେ ମଧ୍ୟ ସେମାନେ (ବିଜେପି ସରକାର) ଜିଏସଟି ଲାଗୁ କରିଛନ୍ତି । ରାଜଧାନୀ ଭୋପାଲରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହେଲେ, ଏହାକୁ ବାଧା ଦେବାରୁ ତାଙ୍କ ଭାଇଙ୍କୁ ପୋଲିସ ସମ୍ମୁଖରେ ହତ୍ୟା କରାଗଲା । ବିଜେପିର ପ୍ରୟୋଗଶାଳା ରାଜ୍ୟରେ ଏପରି ଶାସନ ଚାଲିଛି ବୋଲି ରାହୁଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- JNU ରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଗ୍ରହଣ କଲେ ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି

ଆସନ୍ତାମାସ (ନଭେମ୍ବର) 17 ତାରିଖରେ ମଧ୍ୟ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟରେ 2.88 କୋଟି ପୁରୁଷ ଓ 2.72 କୋଟି ମହିଳା ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶାସନରେ ଥିବା ଭାରତୀୟ ଜନତା ପାର୍ଟି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ରାଜ୍ୟରେ ମୁଖ୍ୟ ବିରୋଧୀ କଂଗ୍ରେସର ସ୍ଥିତି ଭଲ ଥିବା ବେଳେ ଦଳ କ୍ଷମତାକୁ ଆସିବା ନେଇ ଆଶାବାଦୀ ରହିଛି । କଂଗ୍ରେସ ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବେଶ ଅଧିକ ରହିଛି । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ପ୍ରମୁଖ ଦଳ ପାଇଁ ପ୍ରଚାର ଆରମ୍ଭ କରିଦେଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.